ଜ୍ୱାଇଁ ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଲେ ଶ୍ୱଶୁର ନାରାୟଣ ମୂର୍ତ୍ତି

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ହେଉଛନ୍ତି ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ। ସେପେଟେ ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ। ଭାରତବାସୀଙ୍କ ମଧ୍ୟରେ ଖେଳିଯାଇଛି ଆନନ୍ଦର ଲହରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୁନକଙ୍କୁ ଜଣାଇଛନ୍ତି ଶୁଭେଚ୍ଛ।

ଏହାରି ମଧ୍ୟରେ ଇନଫୋସିସ୍ କୋ-ଫାଉଣ୍ଡର ତଥା ଅରବପତି ନାରାୟଣ ମୂର୍ତ୍ତି ଜ୍ବାଇଁ ଋଷି ସୁନକଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ନେଇ ଶୁଭେଚ୍ଛା ଜଣାଇଛନ୍ତି। ସେ ଋଷିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ତାଙ୍କର ସଫଳତା ରେ ଗର୍ବିତ ବୋଲି କହିଛନ୍ତି। ସେ କହିଛନ୍ତି ସୁନକ ନିଶ୍ଚୟ ବ୍ରିଟେନ୍ ଲୋକଙ୍କ ଉନ୍ନତି ପାଇଁ କାମ କରିବେ। ସୂଚନାଯୋଗ୍ୟ, ଋଷି ସୁନକ ନାରାୟଣ ମୂର୍ତ୍ତୀଙ୍କ ଝିଅ ଅକ୍ଷତା ମୂର୍ତ୍ତୀଙ୍କୁ ୨୦୦୯ରେ ବିବାହ କରିଥିଲେ। ଉଭୟଙ୍କର ଦୁଇ ଝିଅ ମଧ୍ୟ ରହିଛନ୍ତି।

ସୂଚନାଯୋଗ୍ୟ, ସୋମବାର ଋଷି ସୁନକଙ୍କୁ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଘୋଷଣା କରାଯାଇଛି। ତାଙ୍କ ପୂର୍ବରୁ ଲିଜ୍‌ ଟ୍ରସ୍ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବରେ ଥିଲେ। ଅବଶ୍ୟ ସେ ମାତ୍ର ୪୫ ଦିନ ପାଇଁ ଏହି ପଦରେ ରହିପାରିଥିଲେ। ବ୍ରିଟେନରେ ଲାଗିରହିଥିବା ଆର୍ଥିକ ସଙ୍କଟ ଯୋଗୁ ଲିଜ୍ ଟ୍ରସଙ୍କ ଇସ୍ତଫା ଦେବାକୁ ପଡ଼ିଥିଲା।