ଭିଜିଲାନ୍ସର ବଡ଼ ଚଢ଼ାଉ

SDO ଙ୍କ ଘରେ ଭିଜିଲାନ୍ସ ରେଡ୍

ଗଞ୍ଜାମ, ୨୬/୦୩: ଭିଜିଲାନ୍ସ ଜାଲରେ ଗଞ୍ଜାମ ଡହ ଜଳସେଚନ ପ୍ରକଳ୍ପର SDO। SDO ପଞ୍ଚୁ ବେହେରାଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ରେଡ୍‌ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି। ଏକକାଳୀନ ଗଞ୍ଜାମର ୫ଟି ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ। ଭିଜିଲାନ୍ସର ୫ଟି ଟିମ୍‌ ଏହି ଚଢ଼ାଉରେ ସାମିଲ ଅଛନ୍ତି।

ବ୍ରହ୍ମପୁରର ବସନ୍ତ ବିହାରରେ ଥିବା ସରକାରୀ ବାସଭବନ, ଭଞ୍ଜନଗର ସ୍ଥିତ ଘର ଏବଂ ଅଫିସ ଚାମ୍ବର, ପୋଲସରାରେ ଥିବା ପୈତୃକ ଘର, ବ୍ରହ୍ମପୁରରେ ଥିବା ସଂପର୍କୀୟଙ୍କ ଘରେ ରେଡ୍ ଚାଲିଛି। ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସଂପତ୍ତି ଜବତ ହୋଇଛି, ତାହା ଆକଳନ କରାଯାଇନାହିଁ।