ଭୁବନେଶ୍ୱର, ୨୬/୦୩: ରାଜ୍ୟରେ ଆହୁରି ବଢ଼ିବ ଦିନ ତାପମାତ୍ରା। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କିନ୍ତୁ କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆଶଙ୍କା କରାଯାଉଛି। ଆଜି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଆଶଙ୍କା କରାଯାଇଛି। ସେହିପରି ଆସନ୍ତାକାଲି ଉତ୍ତର ଓଡ଼ିଶା, ଉତ୍ତର ଉପକୂଳ ଜିଲ୍ଲା ସମେତ ଦକ୍ଷିଣର କେତେକ ସ୍ଥାନରେ ବର୍ଷା ସହ ପବନ ଏବଂ ବଜ୍ରପାତ ହେବାରୁ ସମ୍ଭାବନା ରହିଛି। ୨୮ ତାରିଖ ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ପାଣିପାଗ ପକ୍ଷରୁ ୮ ଜିଲ୍ଲାକୁ ହେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ଘଡ଼ଘଡ଼ି ସମ୍ଭାବନା ଅଛି।