ପ୍ରେମିକା ସହ ରୋମାନ୍ସ କରୁଥିଲେ ଫିଲ୍ମ ନିର୍ମାତା, ଧରାପଡିବାରୁ ପତ୍ନୀଙ୍କ ଉପରେ ଚଢାଇ ଦେଲେ ଗାଡି

ମୁମ୍ଵାଇ ୨୭।୧୦: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରା। ବର୍ତ୍ତମାନ ତାଙ୍କ ବିରୋଧରେ ପତ୍ନୀ ଜସ୍ମିନଙ୍କୁ କାରରେ ଧକ୍କା ଦେଇଥିବାର ଅଭିଯୋଗ ହୋଇଛି । ଏନେଇପୋଲିସ କହିଛି ଯେ କମଲ ମିଶ୍ରାଙ୍କ ପତ୍ନୀ ତାଙ୍କୁ କାରରେ ଆଉ ଏକ ମଡେଲଙ୍କ ସହ ରୋମାନ୍ସ କରୁଥିବା ଦେଖି ରୋକିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିର୍ମାତା ତାଙ୍କୁ ଠେଲିକି କାରରେ ଚଢାଇ ଦେଇଥିଲେ । ଜସ୍ମିନ୍‌ଙ୍କ ଅଭିଯୋଗ ପରେ ଆମ୍ବୋଲି ପୋଲିସ ଏହି ବିଷୟରେ ମାମଲାରେ ରୁଜୁ କରିଛି।

ଅକ୍ଟୋବର ୧୯ ରେ ଅନ୍ଧେରି (ପଶ୍ଚିମ) ରେ ଥିବା ଘରର ପାର୍କିଂ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଫିଲ୍ମ ଏବଂ ସିରିଏଲ ଅଭିନେତ୍ରୀ ଜସ୍ମିମ୍‌ ନିର୍ମାତା କମଲ କିଶୋର ମିଶ୍ରାଙ୍କୁ ୯ ବର୍ଷ ପୂର୍ବେ ବିବାହ କରିଥିଲେ। ବର୍ତ୍ତମାନ ଅନ୍ୟ ଜଣେ ମଡେଲ ସହିତ ଏକ ସଂପର୍କରେ ଅଛନ୍ତି। ଜସ୍ମିନ୍ କହିବାନୁସାରେ ଯେ ଦିନେ ତାଙ୍କ ସ୍ୱାମୀ କମଲଙ୍କ ଘରକୁ ଯାଇଥିଲେ, ସେତେବେଳେ ତାଙ୍କ ସ୍ଵାମୀଙ୍କୁ କାରରେ ମଡେଲ ଆୟେଶା ସୁପ୍ରିୟାଙ୍କ ସହ ରୋମାନ୍ସ କରୁଥିବା ଦେଖିଥିଲେ।