ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ବିଧାନସଭା
ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ କଲେ ବାଚସ୍ପତି
ବିଧାୟକ, ମନ୍ତ୍ରୀ ଦରମା ଭତ୍ତା ସଂଶୋଧନ ବିଲ୍ ପ୍ରତ୍ୟାହୃତ
ଭୁବନେଶ୍ୱର, ୦୧/୦୪: ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ। ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହକୁ ମୁଲତବୀ କଲେ ବାଚସ୍ପତି ସୁରମା ପାଢ଼ୀ। ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇଥିଲା ବଜେଟ୍ ଅଧିବେଶନ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଆରମ୍ଭ ହୋଇଥିଲା। ଗତକାଲି ରାତି ୧୨ଟା ୩୯ ଯାଏଁ ଚାଲିଥିଲା ବିଧାନସଭା।
ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡର ସଂରକ୍ଷଣ ବିଲ୍ ପାରିତ ହୋଇଥିଲା। ରାତି ୮.୩୦ରୁ ସାଢ଼େ ୧୨ଟା ଯାଏଁ ୪ ଘଣ୍ଟା ଧରି ଏହି ବିଲ୍ ଉପରେ ଆଲୋଚନା ହେବା ପରେ ଗୃହରେ ପାରିତ ହୋଇଥିଲା। ତେବେ ବିଧାୟକ ଦରମା ବୃଦ୍ଧି ସଂଶୋଧନ ବିଲ୍ ପ୍ରତ୍ୟାହୃତ ହେଲା।