ନୂଆଦିଲ୍ଲୀ, ୦୧/୦୪: ପୁଣି ଥରେ ମହଙ୍ଗା ମାଡ। ଆହୁରି ବଢ଼ିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଏଲପିଜି ସିଲିଣ୍ଡର ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ପୁଣି କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର।
କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ୧୯ କେଜି କମର୍ସିଆଲ LPG ଦର ୨୦୭୮ ଟଙ୍କା ୫୦ ପଇସା ହୋଇଥିବା ବେଳେ ଭୁବନେଶ୍ୱରରେ ୧୯ କେଜି କମର୍ସିଆଲ LPG ଦର ୨୧୭୩ ଟଙ୍କା ହୋଇଛି। ବର୍ଦ୍ଧିତ କମର୍ସିଆଲ LPG ଦର ଆଜି ଠାରୁ ଲାଗୁ ହେବ। ତେବେ ଘରୋଇ LPG ଦରରେ କୌଣସି ପରିବର୍ତ୍ତନ ହୋଇନି
।