ଚୌଦ୍ଵାର ଜେଲରୁ ଚମ୍ପଟ କଏଦୀ ଋଷିକେଶରୁ ଗିରଫ

ମଧୁକାନ୍ତକୁ ବୃନ୍ଦାବନରୁ ଗିରଫ କରିଥିଲା ପୋଲିସ

ଚୌଦ୍ଵାର, ୦୨/୦୪: ଚୌଦ୍ବାର ଜେଲରୁ ଫେରାର୍ କଏଦୀ ଋଷିକେଶରୁ ଗିରଫ। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍। ପୂର୍ବରୁ ରାଜାର ସହଯୋଗୀ କଏଦୀ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିଥିଲା ପୋଲିସ।

ସୂଚନାଯୋଗ୍ୟ, ଯାଜପୁର ପାଣିକୋଇଲି ଗୁଳିକାଣ୍ଡ ମାମଲାରେ ମଧୁକାନ୍ତ ଓ ସାଥୀ କଏଦୀ ରାଜା ସାହାଣୀ ଜେଲ୍ ଦଣ୍ଡ ଭୋଗୁଥିବା ବେଳେ ଗତ ବର୍ଷ ଦଶହରାରେ ଉଭୟ ଜେଲର ପାଚେରୀ ଡେଇଁ ଫେରାର୍ ହୋଇଥିଲେ। ଓଡ଼ିଶାରୁ ଖସିଯାଇ ଏକାଧିକ ରାଜ୍ୟରେ ସ୍ଥାନ ପରିବର୍ତ୍ତନ କରୁଥିଲେ। ଶେଷରେ ଉତ୍ତରପ୍ରଦେଶର ବୃନ୍ଦାବନରେ ଧରାପଡ଼ିଥିଲା ମଧୁକାନ୍ତ ରାଣା। ସେମାନେ ଆଉ ଦଶହରା ଦିନ ରାତିରେ ସେଲର ଗ୍ରୀଲ୍ କାଟି ସେଲରୁ ବାହାରି ନିଜର କମ୍ବଳ, ଚାଦର ସହାୟତାରେ ପାଚେରୀ ଡେଇଁ ଚମ୍ପଟ ମାରିଥିଲେ।