ପାରଳା ଗଜପତି ବିକାଶ ମଞ୍ଚର ଉତ୍କଳ ଦିବସ ପାଳନ

ମହାରାଜାଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅପର୍ଣ

ଭୁବନେଶ୍ବର, ୦୨/୦୪: ଚଳିତ ବର୍ଷ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୯୦ ବର୍ଷ ପୂର୍ତ୍ତି ପାଳନ ହୋଇଛି । ଏହି ଅବସରରେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳାର ପୁଣ୍ୟଶ୍ଳୋକ ମହାରାଜା ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏ.ଜି ଛକ ଠାରେ ଥିବା ମହାରାଜାଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତିରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପାରଳା ଗଜପତି ବିକାଶ ମଞ୍ଚର ସମସ୍ତ ସଦସ୍ୟ ସଦସ୍ୟାଙ୍କ ଦ୍ବାରା ପୁଷ୍ପମାଲ୍ୟ ଅପର୍ଣ ପୂର୍ବକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମହାରାଜାଙ୍କ ଭୂମିକା ବିଷୟରେ ସ୍ମୃତିଚାରଣ କରାଯାଇଥିଲା ।

ଏହି ଅବସରରେ ପାରଳା ଗଜପତି ବିକାଶ ମଞ୍ଚର ସଭାପତି ଦିଗ୍‌ବିଜୟ ନାଥ ପାଢ଼ୀ, ସମ୍ପାଦକ ରାଜ କିଶୋର ପାଣିଗ୍ରାହୀ, ବରିଷ୍ଠ କର୍ମକର୍ତ୍ତା ସତ୍ୟନାରାୟଣ ଦାସ, ପୂର୍ଣଚନ୍ଦ୍ର ରଥ, ସୁରେଶ ମହାରଣା, ରମେଶ ଚୌଧୁରୀ, ପ୍ରଶାନ୍ତ କୁମାର ପାଢ଼ୀ, କିଶୋର ପଟ୍ଟନାୟକ, ସ୍ବାଧୀନ ପାଣିଗ୍ରାହୀ, ଉମାକାନ୍ତ ପାତ୍ର, ଅନୁକା ଜେନା, ରୁଦ୍ର ପ୍ରସାଦ ନାୟକ, ସରିତ୍ରୀ ପଟ୍ଟନାୟକ, ରଘୁରାଜ ରାଜଗୁରୁ, କୃଷ୍ଣ ପ୍ରସାଦ ନାୟକ, ସୁବୋଧ ପାତ୍ର, ବିକାଶ ରଞ୍ଜନ ଚୌଧୁରୀ, ଗୌର ମହାପାତ୍ର, ପୃଥ୍ବୀରାଜ ପାଣି, ରଞ୍ଜୀତ୍ ଖଡ୍ଗରାୟ, ଉଦୟନାଥ ପଣ୍ଡା, ପରେଶ ପାଣିଗ୍ରାହୀ, ପ୍ରଭା ଶଙ୍କର ମିଶ୍ର ଏବଂ ଆହୁରି ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ବନ୍ଦେ ଉତ୍କଳ ଜନନୀ ସମବେତ କଣ୍ଠ ସ୍ବରରେ ଗାୟନ, ପୁଷ୍ପମାଲ୍ୟ ଅର୍ପଣ ଓ ଉଦବୋଧନ କାର୍ଯ୍ୟକ୍ରମ ସମାପନ ହୋଇଥିଲା।