ପଦ ଛାଡ଼ିଲେ ସସ୍ମିତ ପାତ୍ର

ନବୀନଙ୍କୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ୱର, ୦୮/୦୪: ବିଜେଡି ସଂସଦୀୟ ଦଳ ନେତା ପଦରୁ ସାଂସଦ ସସ୍ମିତ ପାତ୍ରଙ୍କ ଇସ୍ତଫା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର। ଯେଉଁ ଦିନ ସାଂସଦ ସନ୍ତୃପ୍ତ ମିଶ୍ର ଶପଥ ନେଲେ, ସେହିଦିନ ହିଁ ତାଙ୍କୁ ପଦରୁ ହଟାଇବା ପାଇଁ ଦଳର ଅନ୍ୟ ସାଂସଦମାନେ ସଭାପତି ନବୀନଙ୍କୁ ଚିଠି ଲେଖିଥିଲେ ବୋଲି ସୂଚନା ମିଳିଛି। ୨୦୨୨ ମସିହାରୁ ସସ୍ମିତ ବିଜେଡିର ସଂସଦୀୟ ଦଳ ନେତା ରହିଥିବ ବେଳେ ଏବେ ରାଜ୍ୟସଭାରେ କିଏ ଦଳର ନୂଆ ନେତା ହେବେ, ସେ ନେଇ ଜୋରଦାର ଚର୍ଚ୍ଚା ସୃଷ୍ଟି ହୋଇଛି। ତେବେ ଏ ନେଇ ସସ୍ମିତ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି।