ଭୁବନେଶ୍ୱର, ୦୯/୦୪: ଆକ୍ସନ ମୋଡ୍ରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଦୁର୍ନୀତି ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଅଧିକାରୀଙ୍କ ସହ ପହଞ୍ଚିଲେ। ମୈତ୍ରୀ ବିହାର ସ୍ଥିତ ଶକ୍ତି ବିଭାଗର ଇଆଇସିଙ୍କ କାର୍ଯ୍ୟାଳୟରେ ଚଢାଉ କରିଛନ୍ତି।
ଦିନ ୩ଟା ୧୫ରେ କୌଣସି କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ନ ପାଇବାରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ। ପୂର୍ବରୁ ଦୁର୍ନୀତି ସହ ଅନିୟମିତତା ଅଭିଯୋଗ କରିଥିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।