ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ବନ୍ଦର କାର୍ଯ୍ୟକଳାପ ସ୍ୱାଭାବିକ: ସୋନୋୱାଲ
୯୦ ପ୍ରତିଶତ କାର୍ଗୋ ବ୍ୟାକଲଗ୍ ସଫା, ବନ୍ଦରଗୁଡ଼ିକୁ ରିହାତି ଦେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୧୦/୦୪: ଶୁକ୍ରବାର ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ବନ୍ଦର କାର୍ଯ୍ୟକଳାପର ସମୀକ୍ଷା କରିଥିଲେ। ପଶ୍ଚିମ ଏସିଆରେ ଭୂ-ରାଜନୈତିକ ସଙ୍କଟ ଯୋଗୁଁ କାର୍ଗୋ ପରିବହନ ବାଧାପ୍ରାପ୍ତ ହୋଇଥିଲା, କିନ୍ତୁ ମନ୍ତ୍ରଣାଳୟର ପ୍ରୟାସ ଦ୍ୱାରା ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଛି।
ମନ୍ତ୍ରୀ କହିଛନ୍ତି ଯେ, ସରକାରଙ୍କ ଠିକ ସମୟରେ ହସ୍ତକ୍ଷେପ ଯୋଗୁଁ ହର୍ମୁଜ ପ୍ରଣାଳୀରେ (Strait of Hormuz) ଜାରି ରହିଥିବା ଅଶାନ୍ତି ମଧ୍ୟରେ ପ୍ରମୁଖ ଭାରତୀୟ ବନ୍ଦରଗୁଡ଼ିକରେ ଜମି ରହିଥିବା ୯୦% କାର୍ଗୋ ବ୍ୟାକଲଗ୍ ସଫା କରାଯାଇଛି।
ପଶ୍ଚିମ ଏସିଆ ସଙ୍କଟ ସମୟରେ ଶିପିଂ ଡାଇରେକ୍ଟୋରେଟ୍ ଜେନେରାଲ (DG Shipping)ଙ୍କୁ ସମସ୍ତ ଶୁଳ୍କରେ ସ୍ୱଚ୍ଛତା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।
ଜବାହରଲାଲ ନେହେରୁ ପୋର୍ଟ (JNPA), ଦୀନଦୟାଲ ପୋର୍ଟ, ନ୍ୟୁ ମାଙ୍ଗାଲୋର ପୋର୍ଟ ଏବଂ ମୁମ୍ବାଇ ପୋର୍ଟ ପରି ପ୍ରମୁଖ ବନ୍ଦରଗୁଡ଼ିକରେ ଅଟକି ରହିଥିବା କାର୍ଗୋଗୁଡ଼ିକୁ କ୍ଲିୟର କରାଯାଇଛି। ବନ୍ଦର କର୍ତ୍ତୃପକ୍ଷଙ୍କୁ ଗ୍ରାଉଣ୍ଡ ରେଣ୍ଟ ଛାଡ଼ ଏବଂ ଅନ୍ୟାନ୍ୟ ଆର୍ଥିକ ରିହାତି ତୁରନ୍ତ ରପ୍ତାନିକାରୀ ଓ ଆମଦାନୀକାରୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।