ବଢ଼ିଲା IAS ଆରାଧନା ଦାସଙ୍କ ଅଡ଼ୁଆ

IAS ଆରାଧନା ଦାସଙ୍କ ନାଁରେ ରୁଜୁ ହେଲା ମାମଲା

କଟକ, ୧୨/୦୪: ବଢ଼ିଲା IAS ଆରାଧନା ଦାସଙ୍କ ଅଡ଼ୁଆ। ଆଇଏଏସ ଆରାଧନା ଦାସ ଠକେଇ କରିଥିବା ନେଇ ସରକାରଙ୍କୁ ଜଣାଇଲା ପୋଲିସ। ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ଡିସିପି ଚିଠି ଲେଖିଛନ୍ତି। ସାଧାରଣ ପ୍ରଶାସନ ବିଭାଗକୁ ବି ଚିଠି ଲେଖିଲା ପୋଲିସ। ଆରାଧନାଙ୍କ ମାମଲା ସମ୍ପର୍କରେ ଚିଠିରେ ଉଲ୍ଲେଖ ରହିଛି।

ଜମି ଦେବା ନାଁରେ ୯୫ ଲକ୍ଷ ଟଙ୍କା ନେଇ ଜମି ଦେଇନଥିଲେ। ପାଲଟା ଅଭିଯୋଗକାରୀଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଥିଲା। ତେଣୁ IAS ଆରାଧନା ଦାସଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ। କିନ୍ତୁ ସେ ତଦନ୍ତରେ ସହଯୋଗ କରୁନଥିବା ଜଣାଇଛି ପୋଲିସ।

ସିଡିଏ ଫେଜ୍‌-୨ ଥାନାରେ ମାମଲା ରୁଜୁ କରିଛି ପୋଲିସ। ଧାରା ୩୧୮(୪), ୩୧୬(୨), ୨୯୬(ବି), ୩୫୧(୨)ରେ ମାମଲା ରୁଜୁ ହୋଇଛି।