IBC ପକ୍ଷରୁ ବୈଷୟିକ ସେମିନାର ଆୟୋଜିତ

ଇଂ. ଚିନ୍ମୟ ଦେବନାଥଙ୍କୁ ଓଡ଼ିଶା ଚାପ୍ଟର ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୨/୦୪: ଭୁବନେଶ୍ୱରଠାରେ ଇଣ୍ଡିଆନ ବିଲ୍ଡିଂ କଂଗ୍ରେସ (IBC) ଓଡ଼ିଶା ଚାପ୍ଟର ପକ୍ଷରୁ “ଓଡ଼ିଶାର ଭିତ୍ତିଭୂମି ବିକାଶରେ ଇଣ୍ଡିଆନ ବିଲ୍ଡିଂ କଂଗ୍ରେସର ଭୂମିକା” ଶୀର୍ଷକ ଏକ ବୈଷୟିକ ସେମିନାର ଆୟୋଜିତ ହୋଇଯାଇଛି। ଏହି ଅବସରରେ IBCର ନବନିର୍ବାଚିତ ସର୍ବଭାରତୀୟ ସଭାପତି ଇଂ. ଚିନ୍ମୟ ଦେବନାଥଙ୍କୁ ଓଡ଼ିଶା ଚାପ୍ଟର ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।