ଭିସୁଟ୍ ରେ ଆନ୍ତର୍ଜାତୀୟ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଯୋଗ ଦେଲେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ

‘Built Environment Journal’ ପୁସ୍ତକ ଉନ୍ମୋଚିତ

ବୁର୍ଲା, ୧୨/୦୪: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT) ପକ୍ଷରୁ ଆୟୋଜିତ “Smart and Sustainable Urbanism” ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଇଣ୍ଡିଆନ ବିଲ୍ଡିଂ କଂଗ୍ରେସ (IBC) ର ଓଡ଼ିଶା ଚାପ୍ଟର ପକ୍ଷରୁ ପ୍ରକାଶିତ ‘Built Environment Journal’ ଉନ୍ମୋଚିତ ହୋଇଯାଇଛି।

ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

IBC ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଇଂ ବିଜୟ ଚନ୍ଦ୍ର ତ୍ରିପାଠୀ ଏବଂ ଉପାଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ପାଢ଼ୀ ଶ୍ରୀମତୀ ପାଢ଼ୀଙ୍କୁ ଏହି ଜର୍ଣ୍ଣାଲ ପ୍ରଦାନ କରିଥିଲେ।