ଗ୍ରୀଷ୍ମ ଋତୁରେ ଯାତ୍ରୀ ସୁବିଧା ପାଇଁ ରେଳବାଇର ଅଧିକ ସ୍ୱତନ୍ତ୍ର ଟ୍ରେନ

ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ବିବରଣୀ ଜାଣିବା ପାଇଁ ପଢନ୍ତୁ

ଭୁବନେଶ୍ୱର, ୧୩/୦୪: ଗ୍ରୀଷ୍ମ ଋତୁରେ ବୃଦ୍ଧିପାଉଥିବା ଯାତ୍ରୀ ଭିଡ଼କୁ ସୁଚାରୁ ଭାବେ ପରିଚାଳନା କରିବା ଏବଂ ଯାତ୍ରାକୁ ସୁଗମ ଓ ସହଜ କରିବା ପାଇଁ, ଭାରତୀୟ ରେଳବାଇ ଅଧିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ଚଲାଇବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନଗୁଡ଼ିକ ଆନନ୍ଦ ବିହାର–ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର–କୋଲକାତା, ବିଶାଖାପାଟଣା–ଶାଲିମାର, ସମ୍ବଲପୁର–ଶାଲିମାର, ପାଟନା–ଖୋର୍ଦ୍ଧା ରୋଡ୍ ଏବଂ ପୁରୀ–ପାଟନା ପରି ପ୍ରମୁଖ ଗନ୍ତବ୍ୟସ୍ଥଳଗୁଡ଼ିକୁ ସଂଯୋଗ କରିବ।

ଏହି ସ୍ୱତନ୍ତ୍ର ସେବାଗୁଡ଼ିକର ଉଦ୍ଦେଶ୍ୟ ହେଉଛି ବ୍ୟସ୍ତବହୁଳ ଛୁଟିଦିନ ସମୟରେ ଯାତ୍ରୀମାନଙ୍କ ପାଇଁ ଉନ୍ନତ ସଂଯୋଗ ଏବଂ ଅଧିକ ଯାତ୍ରା ସୁବିଧା ପ୍ରଦାନ କରିବା।

ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ବିବରଣୀ ନିମ୍ନଲିଖିତ:

* ୦୪୦୬୬ ଆନନ୍ଦ ବିହାର ଟର୍ମିନାଲ – ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ୨୦ ଏପ୍ରିଲରୁ ୧୧ ମେ ୨୦୨୬ ପର୍ଯ୍ୟନ୍ତ ପ୍ରତି ସୋମବାର ରାତି ୧୨:୩୦ ରେ ଆନନ୍ଦ ବିହାର ଟର୍ମିନାଲରୁ ଛାଡ଼ିବ ଏବଂ ମଙ୍ଗଳବାର ଦିନ ୧୧:୩୦ ରେ ଖୋର୍ଦ୍ଧା ରୋଡରେ ପହଞ୍ଚିବ।

* ୦୪୦୬୫ ଖୋର୍ଦ୍ଧା ରୋଡ୍ – ଆନନ୍ଦ ବିହାର ଟର୍ମିନାଲ୍ ସ୍ପେଶାଲ୍ ୨୧ ଏପ୍ରିଲ୍ ରୁ ୧୨ ମେ ୨୦୨୬ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଅପରାହ୍ନ ୧୫:୩୦ ରେ ଖୋର୍ଦ୍ଧା ରୋଡ୍ ରୁ ଛାଡ଼ିବ ଏବଂ ଗୁରୁବାର ଭୋର ୦୩:୪୦ ରେ ଆନନ୍ଦ ବିହାର ଟର୍ମିନାଲ୍ ରେ ପହଞ୍ଚିବ।

* ୦୮୪୦୧ ଭୁବନେଶ୍ୱର – କୋଲକାତା ସ୍ପେଶାଲ୍ ୧୪ ଏପ୍ରିଲ୍ ରୁ ୨୮ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ରାତି ୧୨:୫୦ ରେ ଭୁବନେଶ୍ୱରରୁ ଛାଡ଼ିବ ଏବଂ ସେହି ଦିନ ୧୧:୩୦ ରେ କୋଲକାତାରେ ପହଞ୍ଚିବ।

* ୦୮୪୦୨ କୋଲକାତା – ଭୁବନେଶ୍ୱର ସ୍ପେଶାଲ୍ ୧୪ ଏପ୍ରିଲ୍ ରୁ ୨୮ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ସନ୍ଧ୍ୟା ୧୭:୧୦ ରେ କୋଲକାତାରୁ ଛାଡ଼ିବ, ପରଦିନ ରାତି ୧୨:୪୫ ରେ ଭୁବନେଶ୍ୱରରେ ପହଞ୍ଚିବ।

* ୦୮୫୦୨ ବିଶାଖାପାଟଣା–ଶାଲିମାର ସ୍ପେଶାଲ୍ ଟ୍ରେନ ୨୪ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଚଳାଚଳ କରିବ। ସେହିପରି, ୦୮୫୦୩ ଶାଲିମାର–ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ ୨୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ପ୍ରତି ଶନିବାର ଚଳାଚଳ କରିବ।

* ୦୮୩୦୧ ସମ୍ବଲପୁର – ଶାଲିମାର ସ୍ପେଶାଲ୍ ୧୫ ଏପ୍ରିଲରୁ ୨୯ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ପ୍ରତି ବୁଧବାର ଏବଂ ୦୮୩୦୨ ଶାଲିମାର – ସମ୍ବଲପୁର ସ୍ପେଶାଲ୍ ୧୬ ଏପ୍ରିଲରୁ ୩୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଚଳାଚଳ କରିବ।

* ୦୩୨୩୦ ପାଟନା – ଖୋର୍ଦ୍ଧା ରୋଡ୍ ସ୍ପେଶାଲ୍ ୧୪ ମେ ୨୦୨୬ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଚଳାଚଳ କରିବ , ସେହିପରି ୦୩୨୨୯ ଖୋର୍ଦ୍ଧା ରୋଡ୍ – ପାଟନା ସ୍ପେଶାଲ୍ ପ୍ରତି ଶୁକ୍ରବାର ୨୦୨୬ ମଧ୍ୟ ମେ ମାସ ପର୍ଯ୍ୟନ୍ତ ଚଳାଚଳ କରିବ।

* ୦୮୪୩୯ ପୁରୀ – ପାଟନା ସ୍ପେଶାଲ୍ ପ୍ରତି ଶନିବାର ୧୬ ମଇ ୨୦୨୬ ପର୍ଯ୍ୟନ୍ତ ଚାଲିବ, ଏବଂ ୦୮୪୪୦ ପାଟନା – ପୁରୀ ସ୍ପେଶାଲ୍ ପ୍ରତି ରବିବାର ୧୫ ମଇ ୨୦୨୬ ପର୍ଯ୍ୟନ୍ତ ଚଳାଚଳ କରିବ।

ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଭାରତୀୟ ରେଳବାଇର ସରକାରୀ ୱେବସାଇଟ୍ କିମ୍ବା ନିକଟସ୍ଥ ରେଳ ଷ୍ଟେସନରେ ସର୍ବଶେଷ ଟ୍ରେନ୍ ସମୟସୂଚୀ ଏବଂ ଉପଲବ୍ଧତା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

ଏହି ଅତିରିକ୍ତ ସେବାଗୁଡ଼ିକ ଯାତ୍ରୀମାନଙ୍କ ପାଇଁ ନିରାପଦ, ଆରାମଦାୟକ ଏବଂ ଅସୁବିଧାମୁକ୍ତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।