ପାଟନା, ୧୪/୦୪: ବିହାରରେ ନୀତୀଶ ଶାସନର ପରିସମାପ୍ତି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର। ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ଇସ୍ତଫା ଘୋଷଣା କରିଥିଲେ।
ଏହା ପରେ ହୋଇଥିବା ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳ ନେତା ଭାବରେ ମନୋନୀତ କରାଯାଇଛି। ନୂଆ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀଙ୍କ ନାଁ ଘୋଷଣା କରାଯାଇଛି। ବିଜେପି ନେତା ସମ୍ରାଟ ଚୌଧୁରୀ ବିହାରର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ମୁଖ୍ୟମନ୍ତ୍ରୀ ଭାବରେ ଶେଷ ବାର୍ତ୍ତାରେ ନୀତିଶ କହିଥିଲେ ଯେ ମୁଁ ଏବେ ବିଦାୟ ନେଉଛି କିନ୍ତୁ ନୂତନ ସରକାରଙ୍କୁ ମୋର ମାର୍ଗଦର୍ଶନ ମିଳିବ।
ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ପ୍ରଥମ ବିବୃତ୍ତିରେ, ସମ୍ରାଟ ଚୌଧୁରୀ କହିଛନ୍ତି, “ମୋ ଉପରେ ବିଶ୍ୱାସ ରଖି ମୋତେ ବିଜେପି ବିହାର ବିଧାୟକ ଦଳର ନେତାର ଦାୟିତ୍ୱ ଦେବା ପାଇଁ ମୁଁ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି। ଏହା କେବଳ ମୋ ପାଇଁ ଏକ ପଦବୀ ନୁହେଁ, ବରଂ ବିହାରର ଲୋକଙ୍କ ସେବା କରିବା, ସେମାନଙ୍କ ବିଶ୍ୱାସ ଏବଂ ସ୍ୱପ୍ନକୁ ପୂରଣ କରିବା ପାଇଁ ଏକ ପବିତ୍ର ସୁଯୋଗ।