ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ୫ ଯବାନଙ୍କୁ ଏୟାର ଲିଫ୍ଟ

କୋଇଡ଼ା, ୧୬/୦୪: ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ। ସରଣ୍ଡା ବାଲିବା ଜଙ୍ଗଲରେ ସୁରକ୍ଷା କର୍ମୀ-ନକ୍ସଲ୍‌ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ତେଣୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ସର୍ଚ୍ଚ ଅପରେସନ୍‌ ଜୋରଦାର ରହିଛି।

ମିଳିଥିବା ସୂଚନା ମୁତାବକ, ମାଓବାଦୀଙ୍କ ଉପସ୍ଥିତି ସୂଚନା ପାଇ ସର୍ଚ୍ଚ ଅପରେସନ କରିଥିଲେ ଯବାନ। କିନ୍ତୁ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୫ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାଞ୍ଚିକୁ ଏୟାର୍‌ ଲିପ୍ଟିଂ କରାଯାଇଛି। ଗୁଳି ବିନିମୟରେ ୩-୪ ନକ୍ସଲ ମୃତ ଓ କିଛି ଆହତ ହୋଇଥିବା ଆଶଙ୍କା କରାଯାଉଛି।