ବରଗଡ଼ ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ଜାତୀୟ ଟପ୍ପର ଟିନା ରଥଙ୍କୁ ଶୁଭେଚ୍ଛାର ସୁଅ

ଉତ୍ତରୋତ୍ତର ଉନ୍ନତି ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା

ବରଗଡ଼, ୧୬/୦୪: ସର୍ବଭାରତୀୟ CBSE ଦଶମ ଶ୍ରେଣୀ ପରୀକ୍ଷା ୨୦୨୫-୨୬ରେ ଶତପ୍ରତିଶତ ନମ୍ବର ରଖି ଜାତୀୟ ଓ ରାଜ୍ୟ ସ୍ତରରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀ ଟିନା ରଥଙ୍କୁ ବରଗଡ଼ ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଟିନା ୫୦୦ରୁ ୫୦୦ ନମ୍ବର ରଖି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ମହାସଭା ପକ୍ଷରୁ ତାଙ୍କର ଭୂୟସୀ ପ୍ରଶଂସା କରାଯାଇଛି।

ଟିନାଙ୍କ ଉତ୍ତରୋତ୍ତର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ମହାସଭାର କର୍ମକର୍ତ୍ତାମାନେ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ, ଭଗବାନ ପର୍ଶୁରାମ ଓ ମାଁ ସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହି ସଫଳତା ପାଇଁ ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଗୋପବନ୍ଧୁ ଦାଶ, ସାଧାରଣ ସମ୍ପାଦକ ରବିନାରାୟଣ ପଣ୍ଡା, ବରିଷ୍ଠ ସଦସ୍ୟ ନିର୍ମଳ କର, ରାକେଶ ନାୟକ, ଦିପକ ଦାଶ, ପପୁ ଦାଶ, ମାନସ ଚାନ୍ଦ, ସୁବ୍ରତ କୁମାର ବିର୍ତ୍ତିଆ ତଥା ଜିଲ୍ଲାର ସମସ୍ତ ବରିଷ୍ଠ ଓ କନିଷ୍ଠ ସଦସ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଟିନାଙ୍କ ଏହି ବିରଳ କୃତିତ୍ୱ ଆଗାମୀ ଦିନରେ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ମହାସଭା ପକ୍ଷରୁ ମତ ପ୍ରକାଶ ପାଇଛି।