ଝାଡ଼ଖଣ୍ଡ, ୧୬/୦୪: ପୁଣି ସରଣ୍ଡାର ବାଲିବା ଜଙ୍ଗଲରେ IED ବିସ୍ଫୋରଣ। ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି। କାଲିଠାରୁ ଆଜି ଭିତରେ ଅପରେସନ୍ରେ ୬ ଯବାନ ଆହତ ହେଲେଣି।
ହାର୍ଡକୋର୍ ନକ୍ସଲ ମିଶିରି ବେଶ୍ରାକୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ। ମିଶିରି ବେଶ୍ରାକୁ ଧରାଇବାକୁ ରହିଛି କୋଟିଏ ଟଙ୍କାର ପୁରସ୍କାର। କିଛି ନକ୍ସଲଙ୍କୁ ଗୁଳି ଲାଗିଥିବା ଚାଇଁବସା ଏସ୍ପି ସୂଚନା ଦେଇଛନ୍ତି।
ପୂର୍ବରୁ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୫ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କୁ ରାଞ୍ଚି ଏୟାରଲିଫ୍ଟ କରାଯାଇଛି।