ଓଡ଼ିଆ ଫିଲ୍ମ ‘ବୋଉ ବୁଟୁ ଭୂତ’କୁ ଜାତୀୟ ପୁରସ୍କାର
ସାରା ଦେଶରେ ଶ୍ରେଷ୍ଠ ୧୦ ଫିଲ୍ମ ମଧ୍ୟରେ ସ୍ଥାନ ପାଇଛି ଏହି ଓଡ଼ିଆ ଚଳଚ୍ଚିତ୍ର
ମୁମ୍ବାଇ, ୧୭/୦୪: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଗର୍ବର ମୁହୂର୍ତ୍ତ। ମୁମ୍ବାଇରେ ଆୟୋଜିତ ପ୍ରତିଷ୍ଠିତ INCA ଆୱାର୍ଡ୍ସରେ ୨୦୨୫ ମସିହାର ସାରା ଦେଶର ଶ୍ରେଷ୍ଠ ୧୦ଟି ଚଳଚ୍ଚିତ୍ର ମଧ୍ୟରୁ ଓଡ଼ିଶାର ସର୍ବାଧିକ ହିଟ୍ ଫିଲ୍ମ ‘ବୋଉ ବୁଟୁ ଭୂତ’କୁ ମିଳିଛି ଜାତୀୟ ପୁରସ୍କାର।
ଇଣ୍ଡିଆନ୍ ନେସନାଲ୍ ସିନେ ଏକାଡେମି ଆୱାର୍ଡସ୍ ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’କୁ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ସିନେମା ଶ୍ରେଣୀରେ ‘ବୋଉ ବୁଟୁ ଭୂତ’ ଫିଲ୍ମ ପାଇଁ ପ୍ରଯୋଜିକା ତଥା ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କୁ ସମ୍ମାନିତ କରାଯାଇଛି। ବାବୁଶାନ୍ ମହାନ୍ତି ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତା ସାହୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି।
ସେହିପରି ଓଡ଼ିଆ ଚଳଚ୍ଚିତ୍ର ‘ଅନନ୍ତା’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସବ୍ୟସାଚୀ ମହାପାତ୍ର ଓ କୁମାର ସି ଦେବ ମହାପାତ୍ରଙ୍କୁ ଇଣ୍ଡିଆନ୍ ନେସନାଲ୍ ସିନେ ଏକାଡେମି ଆୱାର୍ଡସ୍ ପ୍ରଦାନ କରାଯାଇଛି।