ବିଶ୍ୱ ଓଡ଼ିଆ ମହାସଂଘ ପକ୍ଷରୁ ଟ୍ରାଇ ସାଇକେଲ ପ୍ରଦାନ

ଦିବ୍ୟାଙ୍ଗ ଯୁବକଙ୍କ ମୁହଁରେ ହସ ଫୁଟାଇଲା ବିଶ୍ବ ଓଡ଼ିଆ ମହାସଂଘ

ଜଗତସିଂହପୁର, ୧୮/୦୪: ଜଗତସିଂହପୁର ଜିଲ୍ଳା ରଘୁନାଥପୁର ବ୍ଲକ ତଂଅରା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଦିବ୍ୟାଙ୍ଗ ସଂଜନ ଦାସ (୪୮) ଙ୍କୁ ବିଶ୍ବ ଓଡ଼ିଆ ମହାସଂଘ ପକ୍ଷରୁ ବ୍ୟାଟ୍ରି ଚାଳିତ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି। ମହାସଂଘର ସଭାପତି ଡ଼ ସୁରେନ୍ଦ୍ରନାଥ ମହାପାତ୍ର ଓ ଉପ ସଭାପତି ଶ୍ରୀ ଦେବେନ୍ଦ୍ର ନାଥ ମଲ୍ଲିକ୍ ଓ ଶ୍ରୀମତୀ ଶାନ୍ତିଲତା ଦ୍ବିବେଦୀ ତାଙ୍କ ଘରେ ପହଞ୍ଚି ଏହି ସାଇକେଲ ପ୍ରଦାନ କରିଛନ୍ତି। ସଞ୍ଜନ ଯାତାୟାତ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ଥିଲେ। ନିଜେ ଏକୁଟିଆ କେଉଁ ଆଡ଼କୁ ଯାଇ ପାରୁନଥିଲେ। ମହାସଂଘର ସଭାପତି ଡ଼ ମହାପାତ୍ର ଏହି ଖବର ପାଇବା ପରେ ସଂଜନଙ୍କ ସହ ଯୋଗାଯୋଗ କରି ତାଙ୍କୁ ସାଇକେଲ ଦେଇଥିଲେ। ଏହି ସାଇକେଲ ର ମୂଲ୍ୟ ପ୍ରାୟ ୧ ଲକ୍ଷ ରହିଛି। ଏହି ସାଇକେଲ ପାଇ ସଞ୍ଜନ ଅତ୍ୟନ୍ତ ଖୁସିଥିବା ଏବଂ ଏଥିପାଇଁ ସେ ବିଶ୍ବ ଓଡ଼ିଆ ମହାସଂଘ ର ସଭାପତି ଡ଼ ମହାପାତ୍ର ଓ ଉପସଭାପତି ଶ୍ରୀମତୀ ଶାନ୍ତିଲତା ଦ୍ବିବେଦୀ ଓ ଶ୍ରୀ ଦେବେନ୍ଦ୍ର ନାଥ ମଲ୍ଲିକ୍ ଙ୍କ ନିକଟରେ କୃତଜ୍ଞ ବୋଲି ପ୍ରକାଶ କରିଛନ୍ତି।