ପୁରୀଠାରେ ଆୟୋଜିତ ହେବ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ

ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେବ

ଭୁବନେଶ୍ୱର, ୧୯/୦୪: ଆଗାମୀ ୨୧ ତାରିଖ ଦିନ ପୁରୀଠାରେ ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବାଚସ୍ପତିଙ୍କ ଭୂମିକା ସମ୍ପର୍କିତ କମିଟି ସମ୍ମିଳନୀ ଅନୁଷ୍ଠିତ ହେବ । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଶ୍ରୀ ରାହୁଲ ସୁରେଶ ନରେୱକରଙ୍କ ଅଧ୍ୟକ୍ଷତା ଓ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଓ ଓଡ଼ିଶା ସମେତ କର୍ଣ୍ଣାଟକ, ନାଗାଲାଣ୍ଡ ବିଧାନସଭାର ବାଚସ୍ପତି ଯୋଗଦେଇ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ଦଳବଦଳ ନିରୋଧ ଆଇନର ପ୍ରାସଙ୍ଗିକତା ଓ ପରିଣତି ଏବଂ ଏହାକୁ କିପରି ରୋକାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବେ ।

ଏହି ସମ୍ମିଳନୀରେ ସମ୍ବିଧାନ ବିଶେଷଜ୍ଞମାନଙ୍କ ସହ ଓଡ଼ିଶାର ଆଡ଼୍‌ଭୋକେଟ୍‌ ଜେନେରାଲ ଏବଂ ଲୋକସଭା ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ବିଧାନସଭାର ସଚିବମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।