୪ ଦିନ ଛୁଟି ରହିବ ସ୍କୁଲ

କଟକରେ ସକାଳୁଆ ସ୍କୁଲ

ନୟାଗଡ଼/କଟକ, ୧୯/୦୪: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲାରେ ୨୦ରୁ ୨୩ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି। ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଓ ଜନଗଣନା କାର୍ଯ୍ୟ ଜାରି ରହିବ।

ସେହିପରି କଟକର ସମସ୍ତ ସ୍କୁଲ, ଅଙ୍ଗନବାଡ଼ି ସକାଳୁଆ ହେବ। ସକାଳ ୬ଟା ୩୦ରୁ ୯ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।