ଝାରସୁଗୁଡ଼ା, ୨୧/୦୪: ଝାରସୁଗୁଡ଼ାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଲେ ରାଷ୍ଟ୍ରପତି। ଏୟାରପୋର୍ଟରେ ରାଜ୍ୟପାଳ ହରି ବାବୁ କାମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ରାଉରକେଲା ଯିବେ ରାଷ୍ଟ୍ରପତି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଉରକେଲାରେ ୧୫୮ କୋଟିର ପ୍ରକଳ୍ପ ଲୋକାର୍ପଣ କରିବେ। ପ୍ଲାନେଟାରିୟମ୍ ଏବଂ ସାଇନ୍ସ ସେଣ୍ଟରର ଉଦଘାଟନ କରିବେ। ଆଦିବାସୀ ସଂଗ୍ରହାଳୟ, ନିର୍ମଳ ମୁଣ୍ଡା ପ୍ରବେଶ ପଥର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
Prev Post