ପୁରୀରୁ ୧୦ଟି ନୂଆ ରୁଟ୍‌ରେ ଉଡ଼ିବ ବିମାନ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ HPC ବୈଠକରେ ନିଷ୍ପତ୍ତି

ପୁରୀ, ୨୧/୦୪: ପୁରୀର ଶ୍ରୀଜଗନ୍ନାଥ ବିମାନବନ୍ଦରରୁ ୧୦ଟି ନୂଆ ରୁଟ୍ ପର୍ଯ୍ୟନ୍ତ ବିମାନ ଉଡାଣ ଆରମ୍ଭ ହେବ। ୧୦ଟି ନୂଆ ରୁଟରେ ବିମାନ ଉଡାଣ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରକୁ ଅଧିକ ସକ୍ରିୟ ଏବଂ ଅନ୍ତର୍ଜାତୀୟ ମାନକର କରିବା ଲକ୍ଷ୍ୟ ରହିଛି। ଏ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ HPC ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ବିମାନବନ୍ଦର ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ସଂଯୋଗୀକରଣ ବୃଦ୍ଧି ପାଇଁ ଅନେକ ନିଷ୍ପତ୍ତି ନିଆଯାଇଛି।