ଗର୍ଭାବସ୍ଥାରେ ପତ୍ନୀଙ୍କୁ ପ୍ରତାରଣା କରିଥିଲେ ରାଜୀବ ସେନ୍, ସ୍ୱାମୀଙ୍କ ଉପରେ ଏମିତି ସଂଗୀନ ଅଭିଯୋଗ ଲଗାଇଲେ ଚାରୁ

ମୁମ୍ୱାଇ ୦୧/୧୧: ସେଲିବ୍ରିଟି ଦମ୍ପତ୍ତି ରାଜୀବ ସେନ୍ ଏବଂ ଚାରୁ ଆସୋପାଙ୍କ ବିବାହ ତୁଟିବାକୁ ବସିଛି । ଅର୍ଥାତ୍ ଅଲଗା ହେବାକୁ ଯାଉଛନ୍ତି ଏହି ଷ୍ଟାର ଦମ୍ପତ୍ତି । ୨୦୧୯ରେ ବିବାହ କରିଥିଲେ ରାଜୀବ ସେନ୍ ଓ ଚାରୁ ଆସୋପା । କିନ୍ତୁ ସେମାନେ କେବେ ବି ହାପି ମ୍ୟାରେଡ୍ ଲାଇଫ୍ ଜୀବନ କାଟି ନାହାଁନ୍ତି । ତାଙ୍କର ଏକ ଝିଅ ଟିଏ ମଧ୍ୟ ଅଛି । ଯାହାର ବୟସ ଏକ ବର୍ଷ ହେବ । ରାଜୀବ ଏବଂ ଚାରୁଙ୍କ ସମ୍ପର୍କରେ ଫାଟ ଅନେକ ଦିନ ହେବା ଶୁଣାଯାଉଛି ।

ଅନେକ ଥର ନିଜ ଝିଅ ପାଇଁ ଏକାଠି ହେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦୁହେଁ ଚାହିଁ ମଧ୍ୟ ନିଜ ବିବାହକୁ ବଞ୍ଚାଇ ପାରି ନାହିଁନ୍ତି । ନିକଟରେ ଚାରୁ ଆସୋପା ଏକ ସାକ୍ଷାତକାରରେ ରାଜୀବ ସେନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଚାରୁ କହିଛନ୍ତି ଯେ ରାଜୀବ ତାଙ୍କୁ ପ୍ରତାରଣା ଦେଇଛନ୍ତି । ରାଜୀବଙ୍କ ବ୍ୟାଗ୍‌ରୁ ଏମିତି କିଛି ଜିନିଷ ରପାଇଥିଲେ ଚାରୁ ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ଯେ, ରାଜୀବ ତାଙ୍କୁ ପ୍ରତାରଣା କରିଛନ୍ତି ।

ଏହା ଜାଣିବା ପରେ ଭାଙ୍ଗି ପଡିଥିଲେ ଚାରୁ । ସେ ପରିବାରକୁ ରାଜୀଙ୍କ ପ୍ରତାରଣା ବିଷୟରେ ଜଣାଇଥିଲେ । ଚାରୁ ରାଜୀବଙ୍କୁ ବହୁତ ଭଲ ପାଉଥିବାରୁ ସେ ତାଙ୍କ ସ୍ୱାମୀଙ୍କୁ ଆଉ ଏକ ଚାନ୍ସ ଦେବାକୁ ନିଷ୍ପତ୍ତି ନେଇଥିଲେ । ଏହା ସତ୍ତ୍ୱେ ଝିଅ ଜିଆନାର ଜନ୍ମ ପରେ ମଧ୍ୟ ସେମାନଙ୍କର ସମ୍ପର୍କ ତିକ୍ତତା ବୃଦ୍ଧି ପାଇଥିଲ । ସାକ୍ଷାତକାରରେ ଚାରୁ ତାଙ୍କ ଯନ୍ତ୍ରଣା ବିଷୟରେ ବର୍ଣ୍ଣନା କରି କହିଛନ୍ତି- ଗର୍ଭାବସ୍ଥାରେ ବିକାନେରରେ କିଛି ମାସ ରହିବା ପରେ ମୁଁ ମୁମ୍ବାଇ ଫେରିଆସିଥିଲେ ।