ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ବିଶାଳ ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା

ମହିଳାମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା ପାଇଁ ବିଜେପି ଲଢ଼େଇ ଜାରି ରଖିବ : ରାଜ୍ୟ ସଭାପତି ମନମୋହନ ସାମଲ

ନାରୀ ଅଧିକାରର ହତ୍ୟା ପାଇଁ ବିଜେଡି – କଂଗ୍ରେସ ଏକାଠି ଦାୟୀ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

ଭୁବନେଶ୍ୱର, ୨୮/୦୪: ଭାରତୀୟ ନାରୀର ସମ୍ମାନ ଉପରେ ଅଙ୍ଗୁଳି ଉଠାଉଥିବା ବ୍ୟକ୍ତି ନିଶ୍ଚିନ୍ତ ଦଣ୍ଡ ପାଇବେ । ନାରୀମାନଙ୍କ ପାଇଁ ସଂସଦରେ ୧୭ ତାରିଖ ଦିନ ଯେଉଁ ଆଲୋଚନା ହୋଇଥିଲା, ତାହା ଦେଶର ଇତିହାସ ବଦଳିଥାନ୍ତା । କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଏହି ବିଲ୍‌କୁ ଅନୁମୋଦନ କରିବାକୁ ଦେଲେ ନାହିଁ । ବିଜେଡି ମଧ୍ୟ ସେମାନଙ୍କୁ ସମର୍ଥନ କରିଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଗୁଡିକ ଯେଉଁ ଉତ୍ସବ ପାଳନ କଲେ, ତାକୁ ଯେତେ ନିନ୍ଦା କଲେ କମ୍ ହେବ ଏବଂ ତାହାକୁ ଦେଶବାସୀ କେବେହେଲେ କ୍ଷମା ଦେବେ ନାହିଁ । ବିରୋଧୀଦଳଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ବିରୋଧରେ ଦେଶବ୍ୟାପୀ଼ ଏବେ ପ୍ରତିବାଦ ଓ ଆନ୍ଦୋଳନ କରାଯାଉଛି । ଆଜି ଭୁବନେଶ୍ୱରରେ ଏନେଇ ବିଶାଳ ମଶାଲ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ମାନ୍ୟବର ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି ଯେ, ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ “ନାରୀଶକ୍ତି ବନ୍ଦନ ଅଧିନିୟମ” ଆଣିଥିଲେ । ଏହି ଅଧିନିୟମ ମହିଳାମାନଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା । ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଢୀଭୁତ କରୁଥିଲା । କଂଗ୍ରେସଠାରୁ ଆରମ୍ଭ କରି ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ଡିଏମ୍‌କେ, ଟିଏମସି ପର୍ଯ୍ୟନ୍ତ ସମସ୍ତ ବିରୋଧୀ ଏହି ଅଧିନିୟମକୁ ବିରୋଧ କରି ସେମାନଙ୍କ ମହିଳା ବିରୋଧି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ବିରୋଧୀ ଦଳଗୁଡିକ ପରିବାର କେନ୍ଦ୍ରିକ ଦଳ । ସେମାନେ କେବଳ ନିଜର ପରିବାର ମହିଳାମାନଙ୍କୁ ରାଜନୀତି କ୍ଷେତ୍ରରେ ଆଗକୁ ଆଣିବାକୁ ଚାହାନ୍ତି । ମାତ୍ର ବିଜେପି ସବୁବେଳେ ସାଧାରଣ ମହିଳମାନଙ୍କୁ ଅଧିକାର ଦେବା ଉପରେ ଧ୍ୟାନ ଦେଉଛି । ଯେଉଁ ନାରୀ ପରିବାର ଚଳାଏ, ସେ ରାଷ୍ଟ୍ରର ନୀତି ନିର୍ଦ୍ଧାରଣ ବି କରିପାରିବ । ପୂର୍ବ ସରକାରଗୁଡ଼ିକର ଇଚ୍ଛାଶକ୍ତିର ଅଭାବ ଯୋଗୁ ଅନେକ କ୍ଷେତ୍ରରେ ପୂର୍ବରୁ ମହିଳାମାନଙ୍କ ଭାଗିଦାରିତା ନ ଥିଲା । ମାତ୍ର ମୋଦିଜୀଙ୍କ ନେତୃତ୍ୱରେ ଆଜି ସବୁ କ୍ଷେତ୍ରରେ ମହିଳାମାନେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ସେନାବାହିନୀ ପରି ସବୁ କ୍ଷେତ୍ରରେ ନିଜର ପ୍ରତିଭାର ପରାକାଷ୍ଟା ଦେଖାଇଛନ୍ତିିିିିିିିିିିିିିିିିିି । ଏହାସତ୍ୱେ ରାଜନୀତି କ୍ଷେତ୍ରରେ ସେମାନଙ୍କ ଭାଗିଦାରିତା ବହୁତ କମ୍ ରହିଛି । ମାତ୍ର ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରାଇ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡିକ ସେମାନଙ୍କ ମହିଳା ବିରୋଧୀ ଅଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ଆଗାମୀ ଦିନରେ ମା ଓ ଭଉଣୀମାନେ ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

ଦେଶର ମା ଓ ଭଉଣୀଙ୍କୁ ୩୩ ପ୍ରତିଶତ ସଂରକ୍ଷଣର ସାମ୍ବିଧାନିକ ଅଧିକାର ନିଶ୍ଚିତ ମିଳିବ । ମହିଳାମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା ପାଇଁ ବିଜେପି ଲଢେଇ ଜାରୀ ରଖିବ ବୋଲି ଏହି ମଶାଲ ଯାତ୍ରାରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ମନମୋନ ସାମଲ କହିଛନ୍ତି ।

ମହିଳାଙ୍କ ନ୍ୟାର୍ଯ୍ୟ ହକ୍ ୩୩ ପ୍ରତିଶତ ସଂରକ୍ଷଣକୁ କଂଗ୍ରେସ ଓ ବିରୋଧୀ ଦଳଗୁଡିକ ମିଳିମିଶି ଭଣ୍ଡୁର କରିଛନ୍ତି । ଏହି ବିଲକୁ ଯେ କେହି ହେଲେ ବି ରୋକି ପାରିବେ ନାହିଁ । କଂଗ୍ରେସ ସମେତ ବିରୋଧୀଙ୍କ ଜ୍ଞାନ ଉଦୟ ହେଉ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ପତକା ଦେଖାଇ ମଶାଲ ଯାତ୍ରା ଶୁଭାରମ୍ଭ କରିଥିଲେ । ଆଜିର ମଶାଲ ଯାତ୍ରାରେ ସମାଜରୁ ଆସିଥିବା ପ୍ରତ୍ୟେକ ବର୍ଗର ମହିଳା ସାମିଲ ହୋଇ ମହିଳା ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିମେଂଟ ବିରୋଧରେ ନାରାବାଜି କରିଥିଲେ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅଣାଯାଇଥିବା ନାରୀଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ କରିଥିଲେ । ଏହି ମଶାଲ ଯାତ୍ରା ଭୁବନେଶ୍ୱରର ରାଜମହଲ ଛକରୁ ମାଷ୍ଟର କ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା ।

ଏହି ମଶାଲ ଯାତ୍ରାରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ, ଅଲମ୍ପିଆନ ଶ୍ରୀମତୀ ଅନୁରାଧା ବିଶ୍ୱାଳ, ବିଶିଷ୍ଟ ଅଭିନେତ୍ରୀ ଅନୁ ଚୈାଧୁରୀ ପ୍ରମୁଖଙ୍କ ସମେତ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପରେ ମା ଓ ଭଉଣୀଙ୍କ ଆକ୍ରୋଶକୁ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ତରଫରୁ ଗତ ୨୨ ତାରିଖରେ ରାଜଧାନୀ ଭୁବନେଶ୍ୱଠାରେ ବିଶାଳ “ଜନ ଆକ୍ରୋଶ ମହିଳା ପଦଯାତ୍ରା” ଆୟୋଜନ କରାଯାଇଥିଲା । ସେହିପରି ଗତ ୨୪ ଓ ୨୫ ତାରିଖରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ “ଜନ ଆକ୍ରୋଶ ମହିଳା ସମ୍ମିଳନୀ ଓ ପଦଯାତ୍ରା” ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରରେ ଏହି ମହିଳା ଆକ୍ରୋଶ ଯାତ୍ରାକୁ ବ୍ୟାପକ ସମର୍ଥନ ମିଳିବା ପରେ ଏବେ ରାଜ୍ୟର ସମସ୍ତ ମଣ୍ଡଳସ୍ତରରେ ମହିଳାମାନେ ବ୍ୟାପକ ପ୍ରତିବାଦ କରିବା ଆରମ୍ଭ କରିଦେଇଛନ୍ତି ।