ଭୁବନେଶ୍ୱର, ୦୧/୦୪: ଏଣିକି ଓମ୍ଫେଡ ଦୁଗ୍ଧ ଚାଷୀଙ୍କୁ ମିଳିବ ଲିଟର ପିଛା ୧ ଟଙ୍କା ଅଧିକ। ଦୁଗ୍ଧ ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ନିଷ୍ପତ୍ତି ଏହି ନେଇଛି ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (OMFED)। ଏହି ନୂଆ ଦର ଆଜିଠୁ ଲାଗୁହେବ। ଏଣିକି ଲିଟର ପିଛା ୩୯ ଟଙ୍କା ୫ ଟଙ୍କା ପାଇବେ ଦୁଗ୍ଧ ଚାଷୀ। ଯାହାକି ପୂର୍ବରୁ ଚାଷୀମାନେ ୩୮.୦୫ ଟଙ୍କା ପାଉଥିଲେ।
କ୍ଷୀର ଉତ୍ପାଦନ ବୃଦ୍ଧି ପାଉଥିବା ହେତୁ ଏହାକୁ ଦୃଷ୍ଟିରେ ରଖି ମୂଲ୍ୟ ବୃଦ୍ଧି କରାଯାଇଛି। ଗୋଖାଦ୍ୟ, ଚାରା, ଘାସ, ପଶୁଚିକିତ୍ସା ଔଷଧ ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ଖର୍ଚ୍ଚରେ ପ୍ରବଳ ବୃଦ୍ଧି ହେତୁ ଚାଷୀମାନେ ମୂଲ୍ୟ ସଂଶୋଧନ ପାଇଁ ଦାବି କରିଆସୁଥିଲେ।
ଓମଫେଡ ଅଧିକାରୀମାନେ କହିଛନ୍ତି ଯେ ମୂଲ୍ୟ ବୃଦ୍ଧି ଦୁଗ୍ଧ ଚାଷୀଙ୍କ ଆୟ ବୃଦ୍ଧି କରିବା ସହିତ ସେମାନଙ୍କୁ ଅତ୍ୟନ୍ତ ଆବଶ୍ୟକୀୟ ଆର୍ଥିକ ସହାୟତା ଯୋଗାଇବ।