କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ରେ ବିଲ୍‍ଡିଂ ବ୍ରିଜେସ୍‍ ଫର୍‍ ଇନ୍‍କ୍ଲୁସିଭିଟି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

ସେନ ଗ୍ଲୋବ ପଦକ୍ଷେପ ସହିତ ଅନ୍ତର୍ଭୁକ୍ତିକୁ ସମର୍ଥନ କରୁଥିବା କିଟ୍ ଏକମାତ୍ର ଅନୁଷ୍ଠାନ

ଭୁବନେଶ୍ୱର, ୨।୫: ବିଲଡିଂ ବ୍ରିଜ୍ ଫର ଇର୍ନକ୍ଲୁସିଭିଟି (ଆଇସିବିବି ୨୦୨୬) ଉପରେ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି। ଏଥିରେ ଶିକ୍ଷା ତଥା ନିଯୁକ୍ତି କ୍ଷେତ୍ରରେ ଅନ୍ତର୍ଭୁକ୍ତ ପ୍ରଣାଳୀକୁ ମଜବୁତ କରିବା ପାଇଁ ବିଶ୍ୱସ୍ତରୀୟ ବିଶେଷଜ୍ଞ, ଶିକ୍ଷାବିତ୍ ଓ ନୀତି ନିର୍ଦ୍ଧାରକମାନେ ଏକତ୍ରିତ ହୋଇଥିଲେ।

ସିକନ୍ଦରାବାଦସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍‍ ଏମପାୱାରମେଣ୍ଟ ଅଫ୍ ପର୍ସନସ ଅଫ୍ ଉଇଥ ଇଣ୍ଟେଲେକଚ୍ୟୁଆଲ୍‍ ଡିଜାବିଲିଟି (ଏନ୍‍ଆଇଇପିଆଇଡି) ଓ କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ ସେନ୍‍ ଗ୍ଲୋବ ମିଳିତ ଉଦ୍ୟମରେ ଇଂଲଣ୍ଡର ୟୁନିଭରସିଟି ଅଫ୍‍ ସସେକ୍‍ସ ସହଯୋଗରେ ଏହି ସମ୍ମିଳନୀ ଉଦ୍‍ଘାଟିତ ହୋଇଛି । ଭାରତ ସରକାରଙ୍କ ଦିବ୍ୟାଙ୍ଗ ଜନ ସଶକ୍ତିକରଣ ବିଭାଗ ଓ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସ୍‍ଏସ୍‍ଇପିଡି) ବିଭାଗ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

ଉଦ୍‌ଘାଟନୀ ଅଧିବେଶନରେ ଉଦବୋଧନ ଦେଇ ସସେକ୍ସ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ଥମ୍ପସନ୍ କହିଲେ, ଅନ୍ତର୍ଭୁକ୍ତ ଶିକ୍ଷା ନୀତିଗତ ଢାଞ୍ଚାଠାରୁ ଅଧିକ ହେବ। ସେ କହିଲେ, ଏହାକୁ କେବଳ କଥାରେ କହିଲେ ହେବନାହିଁ, ଏହାକୁ କାମରେ କରି ଦେଖାଇବାକୁ ପଡ଼ିବ। ସ୍ଥାୟୀ ବିଶ୍ୱାସ-ଆଧାରିତ ସହଯୋଗ ଅର୍ଥପୂର୍ଣ୍ଣ ଅନ୍ତର୍ଭୁକ୍ତିକୁ ହାସଲ କରିବାର ଚାବିକାଠି। ଅନ୍ତର୍ଭୁକ୍ତ ଶିକ୍ଷା ନିଶ୍ଚିତ ରୂପେ ଅନୁକୂଳ ଓ ପରିବର୍ତ୍ତନ ପାଇଁ ଖୋଲା ରହିବ ବୋଲି ସେ କହିଥିଲେ।

ସ୍ୱତନ୍ତ୍ର ଶିକ୍ଷା କ୍ଷେତ୍ରରେ ରାଜ୍ୟର ପଦକ୍ଷେପ ଉପରେ ଆଲୋକପାତ କରି ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ସଚିବ ରଜନୀ ଜାନି ସ୍ପେସିଆଲ୍‍ ଏଜୁକେସନ୍‍ କ୍ଷେତ୍ରରେ ନିଜ ଅଭିଜ୍ଞତା ବିଷୟରେ କହିଥିଲେ। ସେ କହିଲେ, ଛୋଟ ପ୍ରୟାସ ମଧ୍ୟ ବିଶେଷ ଆବଶ୍ୟକତା ଥିବା ବ୍ୟକ୍ତିଙ୍କ ଜୀବନରେ ଏକ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ। ପ୍ରକୃତ ଅନ୍ତର୍ଭୁକ୍ତିକୁ ହାସଲ କରିବା ପାଇଁ ଦୟା, ଧୈର୍ଯ୍ୟ ସେମାନଙ୍କ ମଧ୍ୟରେ ଦୂରତାକୁ ଦୂର କରିବା ଉଚିତ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଏଭଳି ସମ୍ମଳନୀ ବର୍ତ୍ତମାନ ସମୟରେ ଅତି ଗୁରୁତ୍ୱପୂର୍ଣ୍ଣ ଓ ଅନ୍ତର୍ଭୂକ୍ତ ଶିକ୍ଷା ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତା ରହିଛି। କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ହେଉଛି ଦେଶର ଏକମାତ୍ର ଅନୁଷ୍ଠାନ ଯେଉଁଠି ସ୍ୱତନ୍ତ୍ର ପିଲାମାନଙ୍କୁ ଶିକ୍ଷା ଦେଉଥିବା ସେନ ଗ୍ଲୋବ ପଦକ୍ଷେପ ସହିତ ଅନ୍ତର୍ଭୁକ୍ତିକୁ ସମର୍ଥନ କରିଛି। ଏହାର ମାନବ-କେନ୍ଦ୍ରିକ ଆଭିମୁଖ୍ୟ ହେତୁ ଏହା ସଫଳ ହୋଇପାରିଛି ବୋଲି ସେ କହିଥିଲେ। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ ଚେୟରାପର୍ସନ ଡ ମୋନାଲିସା ବଳ ବକ୍ତବ୍ୟ ଦେଇ କହିଲେ, ନିପେଡ୍‍ ଓ ସସେକ୍ସ ବିଶ୍ୱବିଦ୍ୟାଳୟର ସହଯୋଗରେ ବିଲ୍ଡିଂ ପାଇଁ ବ୍ରିଜ୍ ନିର୍ମାଣ ପାଇଁ ଏଭଳି ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଉଛି। ଏଠାରେ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ସେନ ଗ୍ଲୋବ୍‍ର ଚିନ୍ତାଧାରାର ପ୍ରତିଫଳନ ରହିଛି।

ଏହି ଅବସରରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଓ ନିପେଡ୍‍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରତି ହୋଇଥିଲା। ବୁଝାମଣା ଅନୁସାରେ ଉଭୟ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଓ ନିପେଡ୍‍ ତାଲିମ, ରିସୋର୍ସ ବିନିମୟ, ଜ୍ଞାନର ବିନିମୟ କାର୍ଯ୍ୟ ଜରିଆରେ ଶିକ୍ଷାର ବିକାଶ କରିବେ। ଫଳରେ ଉଭୟ ଅନୁଷ୍ଠାନ ଆନୁଷ୍ଠାନିକ ସହଯୋଗକୁ ବୃଦ୍ଧି କରିପାରିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତି ବଳ, ନିପେଡ୍‍ ନିର୍ଦ୍ଦେଶକ ଡ. ବି. ଭି. ରାମକୁମାର, ଏସ୍‍ଭିନିରତାର ନିଦ୍ଦେର୍ଶକ ଡ. ପି ପି ମହାନ୍ତି ଉପସ୍ଥିତ ଥିଲେ। ଶେଷରେ ଡ ଶ୍ରାବଣ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ।