ପାତ୍ରପୁର, ୦୨/୦୫ (ସୁରେଶ କୁମାର ପଟ୍ଟନାୟକ): ପାତ୍ରପୁର ବ୍ଲକ ରେ କାଳ ବୈଶାଖୀ ଶନିବାର ସନ୍ଧ୍ୟାରେ ତାଣ୍ଡବ ରଚିଥିବା ବେଳେ ଜରଡ଼ା ଥାନା ଖରଣୀପଡ଼ା ଗ୍ରାମରେ ନିର୍ମାଣ ଧୀନ କାନ୍ଥ ପଡି ଜଣେ ଯୁବକ ର ମୃତ୍ୟୁ ଘଟିଛି।
ମୃତକ ଜଣକ ହେଉଛନ୍ତି ଗ୍ରାମର ରାଜେନ୍ଦ୍ର ମହାରଣା ଙ୍କ ପୁତ୍ର ସିପୁନ ମହାରଣା ୨୫ ବୋଲି ଜଣାପଡିଛି।
ସୂଚନା ପ୍ରକାରେ ସନ୍ଧ୍ୟାରେ କାଳ ବୈଶାଖୀ ପ୍ରଭାବ ରେ ପ୍ରବଳ ପବନ ସହ ବର୍ଷା ହେଉଥିବା ବେଳେ ଗ୍ରାମର ପଶ୍ଚିମ ଦିଗରେ ଥିବା ତାଙ୍କ କୁକୁଡ଼ା ଫାର୍ମ ରେ ସିପୁନ ଓ ତାଙ୍କ ବଡ଼ ଭାଇ ରହିଥିଲେ। ହଠାତ ନିର୍ମାଣ ଧୀନ କାନ୍ଥ ସିପୁନ ଉପରେ ମାଡି ବସିଥିଲା, ଜାହାରୀ ଫଳରେ ସିପୁନ ଚାପି ହୋଇ ଯାଇଥିବା ବେଳେ ବଡ଼ ଭାଇ ଅଳ୍ପକେ ବର୍ତ୍ତୀ ଯାଇଥିଲା।
ତୁରନ୍ତ ତାଙ୍କୁ ପରିବାର ଲୋକେ ତାଙ୍କୁ ଚିକିଟୀ ମେଡିକାଲ ରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସିପୁନ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ତାଙ୍କ ଅକାଳ ବିୟୋଗ ରେ ଗାଁ ତଥା ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି।