୯ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପଥର ସନ୍ଧିରୁ ବାହାରିଲେ ନାବାଳକ

ଆଗ୍ନିକଙ୍କ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କଲେ‌ ମୁଖ୍ୟମନ୍ତ୍ରୀ

ନୟାଗଡ଼, ୦୬/୦୫: ନୟାଗଡ଼ ଜିଳ୍ଲା ଓଡଗାଁ ବାଉଁଶଗାଡ଼ିଆ କାଣିପଦା ସ୍ଥିତ ଜଙ୍ଗଲ ଭିତରୁ ନାବାଳକକୁ ଉଦ୍ଧାର କରାଯାଇଛି। ପଥର ସନ୍ଧିରୁ ମହୁ ସଂଗ୍ରହ ପାଇଁ ଯାଇ ସକାଳୁ ଫସିଥିଲେ ନାବାଳକ। ଭୁବନେଶ୍ବର କଣ୍ଟ୍ରୋଲ ରୁମ୍ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ସମ୍ପନ୍ନ ହୋଇଛି। ୯ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପଥର ଭିତରୁ ଉଦ୍ଧାର କରାଯାଇଛି। ଉଦ୍ଧାର ପାଇଥିବା ନାବାଳକକୁ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି।

ଆଗ୍ନିକଙ୍କ ଉଦ୍ଧାର କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ପ୍ରଶଂସା କରି କହିଛନ୍ତି ଯେ, ନୟାଗଡ଼ର କାଣୀପଡ଼ା ଜଙ୍ଗଲରେ ଏକ ଅସହାୟ ସ୍ଥିତିରେ ରହିଥିବା ଜଣେ ୧୪ ବର୍ଷର ବାଳକକୁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାହିନୀ ଅତି ସଫଳତାର ସହ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଜଟିଳ ପରିସ୍ଥିତିରେ ଆମ ଉଦ୍ଧାରକାରୀ ଦଳ ଯେଉଁ ଅଦମ୍ୟ ସାହସ ଓ ବୈଷୟିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ।

ଆମ ସରକାର ପାଇଁ ରାଜ୍ୟର ପ୍ରତିଟି ଜୀବନର ସୁରକ୍ଷା ଓ କଲ୍ୟାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିପତ୍ତି ସମୟରେ ଆମର ଏହି ତତ୍ପରତା ଓ ସମୟୋଚିତ ପଦକ୍ଷେପ ହିଁ ଏକ ଦକ୍ଷ ପ୍ରଶାସନର ପରିଚୟ। ଆମେ କେବଳ ସଙ୍କଳ୍ପ କରୁନାହୁଁ, ବରଂ ପ୍ରତିଟି ସଙ୍କଟରେ ଓଡ଼ିଶାବାସୀଙ୍କ ପାଇଁ ଏକ ସୁରକ୍ଷା କବଚ ସାଜିବାକୁ ପ୍ରତିବଦ୍ଧ।