ଭୁବନେଶ୍ୱର, ୦୭/୦୫: ଆସନ୍ତା ୩ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ଟି ଜିଲ୍ଲାରେ ବଜ୍ରପାତ ସହିତ ବିଜୁଳି, ହାଲୁକାରୁ ମଧ୍ୟମ ବର୍ଷା ଓ ଝଡ଼ ପବନ ବହିବାର ସମ୍ଭାବନା ରହିଛି।
ଗୁରୁବାର ଦିନ ଅପରାହ୍ନ ୧ ଟାରେ ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ, ଆଗାମୀ ତିନି ଘଣ୍ଟା ମଧ୍ୟରେ ନୂଆପଡା, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ନୟାଗଡ଼, ଅନୁଗୁଳ, ଦେବଗଡ଼, ବୌଦ୍ଧ, ଝାରସୁଗୁଡ଼ା ଓ ବରଗଡ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।
ଏହି ସମୟରେ ପବନର ବେଗ ୩୦ରୁ ୪୦ କିଲୋମିଟର ବେଗରେ ରହିବାର ଅନୁମାନ କରିଛି ଆଇଏମଡି଼।