ଭଦ୍ରକ, ୦୭/୦୫: ଭଡ଼ା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭଦ୍ରକ ଟ୍ରେଜେରୀ ଅଫିସ୍ ପଛ ପଟ ଭଡ଼ା ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ୧୯ ବର୍ଷୀୟ ଯୁବକ ଜ୍ୟୋତିପ୍ରକାଶ ବାରିକଙ୍କ ଘର ତିହିଡ଼ି ବ୍ଲକ ନୁନ୍ଦର ଗାଁରେ ବୋଲି ଜଣାପଡ଼ିଛି।
ପରିବାର ଲୋକଙ୍କ କହିବାନୁଯାୟୀ, ଜ୍ୟୋତିପ୍ରକାଶ ତାଙ୍କର ପ୍ରଥମ NEET ପ୍ରୟାସରେ ମାତ୍ର ୩୩୦ ନମ୍ବର ପାଇଥିଲେ। ସେ ଦ୍ୱିତୀୟ ପ୍ରୟାସ ପାଇଁ ପ୍ରସ୍ତୁତି କରୁଥିଲେ ଏବଂ ତାଙ୍କ ପିତାମାତାଙ୍କ ସହିତ ଭଦ୍ରକ ସହରରେ ଟ୍ରେଜେରୀ ଅଫିସ ପଛପଟେ ଏକ ଭଡା ଘରେ ରହୁଥିଲେ। ସେ ଭବିଷ୍ୟତକୁ ନେଇ ଅତ୍ୟନ୍ତ ଚିନ୍ତିତ ଥିଲେ। ମେ ୩ ତାରିଖରେ ସେ ଦ୍ୱିତୀୟ ଥର ପାଇଁ NEET ପରୀକ୍ଷା ଦେଇଥିଲେ। ଘରକୁ ଫେରିବା ପରେ, ଫେରିବା ପରେ କହିଥିଲେ ଯେ, ଏଥର ବି ପରୀକ୍ଷା ଭଲ ହୋଇନାହିଁ। କିଛି ସମୟ ପରେ ଘରେ କେହି ନଥିବା ବେଳେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।