ଆସିବ ନୂଆ ଆଧ୍ୟାତ୍ମିକ ଚ୍ୟାନେଲ

ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ହେବ

ଭୁବନେଶ୍ୱର, ୦୭/୦୫: ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ପାଇଁ ଆସିବ ନୂଆ ଆଧ୍ୟାତ୍ମିକ ଚ୍ୟାନେଲ। ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରଜ ହରିଚନ୍ଦନ।

ମହାପ୍ରଭୁଙ୍କ ସ୍ୱତନ୍ତ୍ର ରୀତିନୀତି ବିଷୟରେ ଜନସାଧାରଣଙ୍କ ଅବଗତି ନିମନ୍ତେ ୨୪ ଘଣ୍ଟିଆ ଚ୍ୟାନେଲ ଆସିବ, ଏନେଇ ପ୍ରାରମ୍ଭିକ ଆଲୋଚନା ହୋଇଛି। ଚ୍ୟାନେଲ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ବିଷୟରେ ଲୋକଙ୍କୁ ଅବଗତ କରାଯିବ।