ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ୱଶର୍ମା

ଶପଥ ଉତ୍ସବରେ ସାମିଲ୍ ହେବେ ପ୍ରଧାନମନ୍ତ୍ରୀ ମୋଦି

ଗୌହାଟୀ, ୧୦/୦୫: ହିମନ୍ତ ବିଶ୍ୱ ଶର୍ମା ଆସାମର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ନେବେ। ମେ ୧୨ ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥି ସହ ଆସାମ ବିଜେପି ବିଧାୟକ ଦଳ ନେତା ଭାବେ ହିମନ୍ତ ବିଶ୍ବଶର୍ମା ନିର୍ବାଚିତ ହୋଇଛନ୍ତି। ବିଜେପି ବିଧାୟକ ଦଳ ଏବଂ ପରେ ଏନ୍‌ଡିଏ ବିଧାୟକ ଦଳ ସଭାରେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ସର୍ବସମ୍ମତିରେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। ସେ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦାବି କରିବେ।

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ, ଏନଡିଏ ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ। ପ୍ରାୟ ୫୦,୦୦୦ରୁ ଅଧିକ ଲୋକ ଏହି ଉତ୍ସବରେ ଯୋଗ ଦେବାର ଆଶା ରହିଛି।

୨୦୨୬ ଆସାମ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ପ୍ରାୟ ୮୨ ଆସନ ଜିତିଥିବା ବେଳେ ଏନ୍‌ଡିଏ ମୋଟ୍‌ ୧୦୨+ ଆସନ ପାଇ ତୃତୀୟ ଥର ପାଇଁ ସରକାର ଗଠନ କରିଛି। ଏହା ବିଜେପି ପାଇଁ ଆସାମରେ ଐତିହାସିକ ହ୍ୟାଟ୍‌-ଟ୍ରିକ୍ ବିଜୟ।