ଜିମ୍ବାୱେକୁ ହରାଇ ଟେବୁଲ ଟପ୍ପର ହେଲା ଭାରତ

ଆଜି ଭାରତ-ଜିମ୍ବାୱେ ଶେଷ ଲିଗ ମ୍ୟାଚରେ ବାଜି ମାରି ନେଇଛି ଭାରତ । ଭାରତ ଏହି ମ୍ୟାଚରେ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରିଛି । ଏହାସହ ଭାରତ ଗ୍ରୁପ ବିରେ ଟେବୁଲର ଶୀର୍ଷରେ ରହିଛି । ତେଣୁ ଭାରତ ଏବେ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ । ତେବେ ୧୦ ତାରିଖରେ ଭାରତ ସେମି ଫାଇନାଲରେ ଇଂଲଣ୍ଡକୁ ଭେଟିବ ।

ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଦୁଇ ଓପନର ଭଲ ଆରମ୍ଭ କରିଥିଲେ ମଧ୍ୟ ଶୀଘ୍ର ୱିକେଟ ପତନ ଘଟିଥିଲା । ହେଲେ ଏହାରି ଭିତରେ କେଏଲ ରାହୁଲ ୫୧ ରନ କରି ଅର୍ଦ୍ଧଶତକ ମାରିଥିଲେ । ସେହିପରି ସୂର୍ଯ୍ୟ କୁମାର ମଧ୍ୟ ଶେଷ ଓଭର ଯାଏଁ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଫଳରେ ଭାରତ ୧୮୬ ରନର ବଡ ସ୍କୋର କରିବାରେ ସଫଳ ହୋଇଥିଲା ।

୧୮୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଜିମ୍ବାୱେ ଦଳର କିନ୍ତୁ ଆରମ୍ଭରୁ ବିପର୍ଯ୍ୟ ଘଟିଥିଲା । ଦଳ ପକ୍ଷରୁ ରୟାନ ବୁର୍ଲ ୩୫ ଓ ସିକନ୍ଦର ରାଜା ୩୪ ରନ କରିଥିଲେ । ଫଳରେ ଦଳ ୧୭ ଓଭର ୨ଟି ବଲ ଖେଳି ଅଲଆଉଟ ହୋଇଯାଇଥିଲା ।