ଭୁବନେଶ୍ୱର, ୧୧/୦୫: ଆଜି ସକାଳେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଶ୍ରୀଲଙ୍କା ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟାରେ ଏହା ଆହୁରି ସକ୍ରିୟ ହେବାର ସମ୍ଭାବନା ଅଛି।
ତେବେ ପାଣିପାଗ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଏହି ପ୍ରଣାଳୀ ଓଡ଼ିଶା ଉପକୂଳରୁ ବହୁତ ଦୂରରେ ଥିବାରୁ ରାଜ୍ୟରେ ବିଶେଷ ପ୍ରଭାବ ପକାଇବାର ଆଶଙ୍କା ନାହିଁ। ତେଣୁ ଓଡ଼ିଶା ପାଇଁ ଏପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ। IMD ପରିସ୍ଥିତି ଉପରେ ନଜର ରଖିଛି।
ତେବେ କାଳବୈଶାଖୀ ବର୍ଷା ପାଇଁ ଅନେକ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।