ନୂଆଦିଲ୍ଲୀ, ୧୩/୦୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ଆଜି ଦ୍ୱାଦଶ ଶ୍ରେଣୀର ଫଳ ପ୍ରକାଶ କରିଛି। ୧୮ ଲକ୍ଷରୁ ଅଧିକ ଛାତ୍ର-ଛାତ୍ରୀ ଏହି ପରୀକ୍ଷାରେ ଦେଇଥିବା ବେଳେ ସାମଗ୍ରିକ ପାସ୍ ହାର ୮୫.୨୦% ରହିଛି।
ଗତ ବର୍ଷ ତୁଳନାରେ ପାସ୍ ପ୍ରତିଶତ କିଛି କମ୍ ରହିଛି। ଝିଅମାନେ ପୁଣି ଥରେ ପୁଅମାନଙ୍କ ଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ଫେବ୍ରୁଆରୀ ୧୭ରୁ ଏପ୍ରିଲ ୧୦ ଯାଏଁ ହୋଇଥିଲା ପରୀକ୍ଷା।
ଛାତ୍ର-ଛାତ୍ରୀମାନେ ନିମ୍ନଲିଖିତ ୱେବସାଇଟ୍ରେ ରେଜଲ୍ଟ ଦେଖିପାରିବେ:
results.cbse.nic.in
cbseresults.nic.in
cbse.gov.in
DigiLocker ଆପ୍
UMANG ଆପ୍