ଅଭାବନୀୟ ଘଟଣା; ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ

ଅଧାବାଟରେ ଚାଲିଗଲା ଗୁରୁତର ରୋଗୀର‌ ଜୀବନ

କଟକ, ୧୫/୦୫: ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକରେ। କଟକରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଅଧା ବାଟରେ ସରିଗଲା ତେଲ। ଯାହାଫଳରେ ଅଧାବାଟରେ ହିଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ରୋଗୀଙ୍କ ଅଭିଯୋଗ ଅନୁସାରେ, କାଠଯୋଡ଼ି ନଦୀ ବ୍ରିଜ ଉପରେ ହଠାତ୍ ପେଟ୍ରୋଲ ଶେଷ ହୋଇଯାଇଥିଲା। କିଛି ସମୟ ପରେ ରୋଗୀର ମୃତ୍ୟୁ ହୋଇଗଲା। କେନ୍ଦ୍ରାପଡ଼ାର ଯୁବକ ବିଷପିଇ ଗୁରୁତର ହେବାରୁ କଟକ ଅଣାଯାଇଥିଲା। କଟକ ଏସ୍‌ସିବିରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି।