ତରଭୁଜ ଖାଇ ଜଣେ ମୃତ

ଗୋଟିଏ ପରିବାରର ୫ ଅସୁସ୍ଥ

ପଟ୍ଟାମୁଣ୍ଡାଇ, ୧୬/୦୫: କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ କୁପୁଣି ଗାଁରେ ଘଟିଛି ଅଭାବନୀୟ ଘଟଣା। ତରଭୁଜ ଖାଇବା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି।

ପଟ୍ଟାମୁଣ୍ଡାଇ କୁପୁଣି ଗାଁର ଗୋଟିଏ ପରିବାରର ୫ ଜଣ ସଦସ୍ୟ ତରଭୁଜ ଖାଇ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ସେମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାଇରିଆ ଲକ୍ଷଣ ଦେଖାଯିବାରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୧୩ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି।