ହରହର ଶମ୍ଭୁ.. ଗାୟିକା ଫର୍ମାନୀ ନାଜ୍‌ଙ୍କ ପିତା, ଭାଇ ଓ ଭିଣୋଇ ଗିରଫ

ମୀରଟ ୮।୧୧: ହର ହର ଶମ୍ଭୁ.. ଗୀତ  ଗାଇ ଚର୍ଚ୍ଚାକୁ ଆସିଥିବା ୟୁ ଟ୍ୟୁବର ଫର୍ମାନୀ ନାଜଙ୍କ ପିତା, ଭାଇ ଓ ଭିଣୋଇଙ୍କୁ ପୋଲିସ ଗିରଫ କରିଛି। କୁହାଯାଉଛି ପୋଲିସ ଫର୍ମାନୀଙ୍କ ଭାଇ ଅର୍ମାନ ସହିତ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଲୋକଙ୍କ ମଧ୍ୟରେ ଫର୍ମାନୀଙ୍କ ପିତା ଓ ଭିଣୋଇ ମଧ୍ୟ ଅଛନ୍ତି। ଏମାନଙ୍କୁ ଲୁହା ଛଡ ଚୋରି ଅଭିଯୋଗରେ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ସୂଚନା ଅନୁସାରେ ପୋଲିସ ୨ କ୍ୱିଣ୍ଟଲ ଛଡ ଜବତ କରିଛି।

ସୂଚନା ଅନୁସାରେ ପୋଲିସ ଲୁହା ଛଡ ଲୁଟ ଗ୍ୟାଙ୍ଗ ଖିର୍ବା ଜଲାଲପୁରରେ ଏକ ଡକାୟତୀ କରିବାକୁ ଯାଉଥିବା ନେଇ ଖବର ପାଇଥିଲା। ସେହି ଅନୁସାରେ ପୋଲିସ ଆଗୁଆ ଜଗି ରହିଥିବା ବେଳେ ଲୁଟେରାଦଳ ପହଞ୍ଚି ଲୁହାଛଡ ଚୋରାଉଥିବା ବେଳେ ଧରିଛି। ଏଥିରେ କଙ୍କରଖେଡା ନିବାସୀ ଅନୁଜ, ମୋନୁ, ଶାକିର, ଇରସାଦ, ଶାହରୁଖ, ସରଧାନାର ଫିରୋଜ ଓ ମୁଜଫର ନଗରର ଅରମାନକୁ ପୋଲି ଗିରଫ କରିଛି।

ପୋଲିସ ପଚରା ଉଚରାରେ ଅଭିଯୁକ୍ତମାନେ ଟେହରକୀ ଗାଁରେ ନିର୍ମାଣାଧୀନ ପାଣିଟାଙ୍କି ସମେତ ଅନେକ ସ୍ଥାନରୁ ଘର ତିଆରି ନିମନ୍ତେ ଲୁହାଛଡ ଚୋରାଇଥିବାର ସ୍ୱୀକାର କରିଛନ୍ତି। ସେହିପରି ସେମାନଙ୍କ ସୂଚନା ଆଧାରରେ ପୋଲିସ ୨ କ୍ୱିଣ୍ଟଲ ଲୁହାଛଡ ଜବତ ମଧ୍ୟ କରିଛି। ଏହି ଚୋର ଦଳ ଦୀର୍ଘ ଦିନରୁ ବିଭିନ୍ନ ନିର୍ମାଣ ସ୍ଥଳରୁ ଲୁହାଛଡ ଚୋରାଇ ଆସୁଥିଲେ ବୋଲି ପୋଲିସ କହିଛି।