ଯୁଦ୍ଧ ସମାପ୍ତ କରିବାକୁ ଜେଲଂସ୍କି ରଖିଲେ ୫ ସର୍ତ୍ତ, କହିଲେ ଋଷ ମାନିଲେ ଆଗେଇବୁ ଆମେ

କିଭ ୮।୧୧: ପାଶ୍ଟାତ୍ୟ ଦେଶମାନଙ୍କରୁ ମିଳୁଥିବା ସହଯୋଗ ଯୋଗୁ ୟୁକ୍ରେନର ସାହାସ ଏବେ ଢେର ବଢିଛି। କିଛି ସମୟ ପୂର୍ବରୁ ଯୁଦ୍ଧ ରୋକିବା ଲାଗି ଋଷିଆ ସହ ଆଲୋଚନାର ପ୍ରସ୍ତାବ ରଖୁଥିବା ୟୁକ୍ରେନ ଏବେ ସର୍ତ୍ତ ରଖୁଛି। ୟୁକ୍ରେନ ରାଷ୍ଟ୍ରପତି ୫ଟି କଠିନ ସର୍ତ୍ତ ରଖିଥିବା ବେଳେ ଋଷିଆ ଯଦି ମାନି ଯାଏ ତେବେ ଯୁଦ୍ଧ ବନ୍ଦ ହେବ ବୋଲି କହିଛନ୍ତି। ଯୁଦ୍ଧରେ ଯାହା କ୍ଷତି ହୋଇଛି ତାହା ଋଷିଆ  ପ୍ରଥମେ ଭରଣା କରୁ ବୋଲି ଏବେ ଜେଲଂସ୍କି ଚାହୁଁଛନ୍ତି। ଜେଲଂସ୍କିଙ୍କର ଏହା ପ୍ରଥମ ଦାବି ମଧ୍ୟ।

ଏହା ସହ ଜେଲଂସ୍କି ଅଖଣ୍ଡ ୟୁକ୍ରେନ ଦାବି କରିଥିବା ବେଳେ ୟୁଏନ ନିର୍ଦ୍ଦେଶ ପାଳନ ନିମନ୍ତେ ତୃତୀୟ ଦାବି କରିଛନ୍ତି। ସେହିପରି ସବୁ ୱାର କ୍ରିମିନାଲଙ୍କ ଲାଗି ଜେଲଂସ୍କି ଦଣ୍ଡ ଦାବି କରିଥିବା ବେଳେ ଆଗକୁ ଯେପରି ଋଷିଆ ଏପରି ଯୁଦ୍ଧ ଘୋଷଣା ନ କରେ ଏଥିଲାଗି ଗ୍ୟାରେଣ୍ଟି ଦେଉ ବୋଲି ମଧ୍ୟ ସର୍ତ୍ତ ରଖିଛନ୍ତି। ୟୁକ୍ରେନକୁ ଏପର୍ଯ୍ୟନ୍ତ ନାଟୋର ସଦସ୍ୟତା ମିଳି ନାହିଁ। ତେବେ ପାଶ୍ଚାତ୍ୟ ଦେଶମାନଙ୍କରୁ ଭରପୁର ସୈନ୍ୟ ସହଯୋଗ ମିଳୁଛି। ଫଳରେ ଋଷିଆ ବିରୋଧରେ ଏବେ ୟୁକ୍ରେନ ପୁରା ଦମରେ ଲଢୁଛି।