ପ୍ରଥମ ଥର ପାଇଁ ପ୍ରସ୍ତୁତ ହେଲା ନକଲି ରକ୍ତ, ରୋଗୀଙ୍କ ପାଇଁ ହେବ ସଞ୍ଜିବନୀ

ଚିକିତ୍ସା ବିଜ୍ଞାନରେ କ୍ରାନ୍ତି । ସାରା ବିଶ୍ୱରେ ପ୍ରଥମ ଥର ପାଇଁ ପ୍ରସ୍ତୁତ ହେଲା ନକଲି ରକ୍ତ । ଯାହା ରୋଗୀଙ୍କ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହୋଇପାରେ । ଏବେ ଏହାର କ୍ଲିନିକାଲ ପରୀକ୍ଷଣ ଚାଲିଛି ବୋଲି ସୂଚନା ଦେଇଛନ୍ତି ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲର ବୈଜ୍ଞାନିକ ।

ରକ୍ତକୁ ନେଇ ବୈଜ୍ଞାନିକଙ୍କ ନୂଆ ଆବିଷ୍କାର । ଲ୍ୟାବରେ ପ୍ରସ୍ତୁତ କରାଯାଇଛି ନକଲି ରକ୍ତ  ।ଦୁନିଆଁରେ ପ୍ରଥମ ଥର ପରୀକ୍ଷଣ ଆଧାରରେ ୨ଜଣ ବ୍ୟକ୍ତିଙ୍କୁ ଦିଆଯାଇଛି । ଯଦିଓ ଏହା ନକଲି ରକ୍ତର ପ୍ରଥମ କ୍ଲିନିକାଲ ଟେଷ୍ଟ । ହେଲେ ଯଦି ଏହା ସଫଳ ହୁଏ ତାହେଲେ ରକ୍ତହୀନତା ସମସ୍ୟା ଭୋଗୁଥିବା ରୋଗୀଙ୍କ ପାଇଁ  ବରଦାନ ପ୍ରମାଣିତ ହେବ ।

ଏହାସହ ଯେଉଁ ବ୍ୟକ୍ତିଙ୍କର ବିରଳ ବ୍ଳଡ୍ ଗ୍ରୁପ୍ ସେମାନେ ଯଦି କୌଣସି ଦୁର୍ଘଟଣାର ଶିକାର ହୁଅନ୍ତି, ଏବଂ ସେମାନଙ୍କୁ ରକ୍ତ ଆବଶ୍ୟକ ପଡେ ତେବେ ସେମାନଙ୍କୁ ଏହି ନକଲି ରକ୍ତ ସେମାନଙ୍କୁ ଦିଆଯାଇପାରିବ ।

ଲ୍ୟାବରେ ଏହି ରକ୍ତ ବନାଇବାକୁ ବୈଜ୍ଞାନିକମାନେ ମନୁଷ୍ୟଠାରୁ ମୂଳ ରକ୍ତ କୋଷିକା ନେଇ ବ୍ୟବହାର କରିଥିଲେ । ଏଥିରୁ ପ୍ରସ୍ତୁତ ରକ୍ତକୁ ପ୍ରଥମ ପରୀକ୍ଷଣରେ ୨ଜଣ ବ୍ୟକ୍ତିଙ୍କୁ ୫ରୁ ୧୦ ଏମଏଲ ପରିମାଣର ରକ୍ତ ଦିଆଯାଇଥିଲା । ଏବେ ଏମାନଙ୍କ ଅବସ୍ଥା ସାମାନ୍ୟ ଥିବା ଜଣାପଡିଛି । ଏମାନଙ୍କ ଠାରେ ହେଉଥିବା କ୍ରିୟା ପ୍ରତିକ୍ରିୟା ଉପରେ ହିଁ ବୈଜ୍ଞାନକିଙ୍କ ଗବେଷଣା ଜାରି ରହିଛି ।