ନୂଆଦିଲ୍ଲୀ, ୨୨/୦୫: ଘୁଞ୍ଚିଲା ଏସବିଆଇ ବ୍ୟାଙ୍କର ଧର୍ମଘଟ ଡାକରା। ଘୁଞ୍ଚିଲା ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନର ଧର୍ମଘଟ ଡାକରା। ଆସନ୍ତା ୨୫ ଓ ୨୬ରେ ୨ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲା। ନିଯୁକ୍ତି ଓ ପେନ୍ସନ୍ ସମ୍ପର୍କିତ ସମସ୍ୟାକୁ ନେଇ ଧର୍ମଘଟ ଡାକରା ଦେଇଥିଲା। କିନ୍ତୁ ଧର୍ମଘଟ ଡାକରାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏହି ଦିନ ସମସ୍ତ ବ୍ୟାଙ୍କିଂ ସେବା ପ୍ରଦାନ କରାଯିବ।