ବିଜେଡି ଛାଡ଼ିବେ ଦେବାଶିଷ!

ବିଜେପିରେ ଯୋଗ ଦେବେ, ବଢ଼ିଲା ଚର୍ଚ୍ଚା

କଟକ, ୨୫/୦୫: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିପାରନ୍ତି। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ଦେବାଶିଷ। ଆଜି ଦିଲ୍ଲୀ ଯାଇ ବିଜେପିରେ ଯୋଗ ଦେଇପାରନ୍ତି ଦେବାଶିଷ। ଦେବାଶିଷଙ୍କ ସହ କଟକ ଓ ଜଗତସିଂହପୁରର କିଛି ବିଜେଡ଼ି ନେତା ଓ କର୍ମୀ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏନେଇ ଜୋର୍ ଧରିଛି ଚର୍ଚ୍ଚା। କିଛି ମାସ ହେବ ଅସନ୍ତୁଷ୍ଟ ଥିଲେ ଦେବାଶିଷ। ଦଳର ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିଲେ। ବର୍ତ୍ତମାନ ସେ ରାଜ୍ୟ ବାହାରେ ଥିବାରୁ ଏ ନେଇ କିଛି ସ୍ପଷ୍ଟୀକରଣ ମିଳିନି।