ନୂଆଦିଲ୍ଲୀ, ୨୫/୦୫: ଦେଶରେ ପୁଣି ଥରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ବୃଦ୍ଧି ପାଇଛି। ଡିଜେଲ ଲିଟର ପିଛା ୨ ଟଙ୍କା ୭୧ ପଇସା ବୃଦ୍ଧି ପାଇଛି। ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୯.୧୬ ଟଙ୍କା ରହିଥିବା ବେଳେ ଡିଜେଲ ଦର ୧୦୦.୮୧ ଟଙ୍କା ରହିଛି।
୧୧ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ବଢ଼ିଲା ତେଲ ଦର। ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ କ୍ରମାଗତ ଭାବେ ଦେଶରେ ତେଲ ଦର ବୃଦ୍ଧି ହେଉଛି।