ନୂଆଦିଲ୍ଲୀ, ୦୨/୦୬: ବେଦାନ୍ତ ଗ୍ରୁପର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଇଡି। ବେଦାନ୍ତ ବିଦେଶୀ ମୁଦ୍ରା ପରିଚାଳନା ଆଇନ ବା FEMA (Foreign Exchange Management Act) ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ବିଶିଷ୍ଟ ଶିଳ୍ପପତି ଅନିଲ ଅଗ୍ରୱାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେଦାନ୍ତ ଗ୍ରୁପ ସହିତ ଜଡ଼ିତ ଏକାଧିକ ସ୍ଥାନରେ ଚଢ଼ାଉ ଚାଲିଛି।
ବିଶେଷ କରି ବେଦାନ୍ତ ଲିମିଟେଡ୍ (VEDL) ଦ୍ୱାରା ତା’ର UK-ଆଧାରିତ ପେରେଣ୍ଟ କମ୍ପାନୀ Vedanta Resources (VRL) କୁ ରୟାଲ୍ଟି/ବ୍ରାଣ୍ଡ ଫି ପେମେଣ୍ଟ ସମ୍ପର୍କରେ ଅନିୟମିତତା ଅଭିଯୋଗ ରହିଛି। ବ୍ରାଣ୍ଡ ଫି ବାବଦ ପେମେଣ୍ଟ ଓ ବିଦେଶ ଯାଉଥିବା ଅର୍ଥର ସ୍ବଚ୍ଛତାକୁ ନେଇ ତଦନ୍ତ କରାଯାଉଛି।
୨୦୨୩ ରେ ଇଡି ଏହି ବ୍ରାଣ୍ଡ ଫି ପେମେଣ୍ଟ ନେଇ ସମନ୍ କରିଥିଲା। ତଦନ୍ତ ପରେ ପେରେଣ୍ଟ କମ୍ପାନୀ ପ୍ରାୟ ₹୧,୦୩୦ କୋଟି ରିଫଣ୍ଡ କରିଥିଲା। ତେବେ ଏହି ଘଟଣାକୁ କେନ୍ଦ୍ର କରି ବର୍ତ୍ତମାନ ତଦନ୍ତ କରାଯାଉଛି ବୋଲି ସୂଚନା ମିଳିଛି। ଏହା ପରେ କମ୍ପାନୀର ବଡ଼ ଅଧିକାରୀଙ୍କୁ ପଚରାଉଚରା କରାଯିବ।