ବାୟୁ ପ୍ରଦୂଷଣ ଯୋଗୁ ୧୫ ବର୍ଷ ହ୍ରାସ ହେଉଛି ଜୀବନ, ତିଳ ତିଳ ହୋଇ ମରୁଛି ମଣିଷ: ଅଧ୍ୟୟନ

ନୂଆଦିଲ୍ଲୀ ୧୧।୧୧: ନିକଟରେ ଜର୍ଣ୍ଣାଲ ସାଇନ୍ସ ଆଡଭାନ୍ସରେ ପ୍ରକାଶିତ ଏକ ଅଧ୍ୟୟନରେ ବାୟୁ ପ୍ରଦୂଷଣ ଯୋଗୁ ୧୫ ଲକ୍ଷ ଲୋକଙ୍କ ଆୟୁଷ ହ୍ରାସ ହେଉଛି ଓ ସେମାନେ ମରି ଯାଉଛନ୍ତି ବୋଲି ଚେତାବନୀ ଦିଆଯାଇଛି। ଅଧ୍ୟୟନରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ଙ୍କ ଅନୁମାନରୁ ବି ଅଧିକ କ୍ଷତି କରୁଛି ପ୍ରଦୂଷଣ ବ୍ୟାପୁଥିବା ପିଏମ୨.୫ କଣିକା। ଏଣୁ ଡବ୍ଲୁଏଚଓଙ୍କ ଆକଳନ ଅନୁସାରେ ଖରାପ ବାୟୁ ଯୋଗୁ ମୃତ୍ୟୁ ମୁଖରେ ପଡୁଥିବା ଲୋକଙ୍କ ସଂଖ୍ୟା ୪୨ ଲକ୍ଷ ସହ ଆଉ ୧୫ ଲକ୍ଷ ଯୋଡ଼ି ଯାଇଇଛି। ଅର୍ଥାତ ବାୟୁ ପ୍ରଦୂଷଣ ଯୋଗୁ ବାର୍ଷିକ ୫୭ ଲକ୍ଷ ଲୋକଙ୍କ ଜୀବନ ପ୍ରତି ବିପଦ ରହୁଛି।

ଗବେଷଣାରୁ ଜଣାପଡିଛି ଯେ ବାୟୁରେ ପିଏମ ୨.୫ ଧୂଳି କଣିକା କମ ସ୍ତରରେ ରହୁଥିଲେ ବି ବଡ଼ କ୍ଷତିର କାରଣ ହେଉଛି। ଏହି କଣିକା ହୃଦ ରୋଗ, କର୍କଟ ଓ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଆଦି ସମସ୍ୟା ସୃଷ୍ଟି କରୁଛି। କାନାଡର ମ୍ୟାକ୍‌ଜିଲ ୟୁନିଭର୍ସିଟି ପ୍ରଫେସରଙ୍କ ଅଧ୍ୟୟନ ଅନୁସାରେ ବାୟୁରେ ହାଲୁକା କଣିକା ଯୋଗୁ ଯେତିକି କ୍ଷତିର ଆକଳନ କରାଯାଉଥିଲା ଏହା ତାହାଠାରୁ ଅନେକଗୁଣା ଅଧିକ କ୍ଷତିର କାରଣ ହେଉଥିବା ସେ କହିଛନ୍ତି।