ଭୁବନେଶ୍ୱର, ୧୦/୦୬: ୧୫ IPS ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି। ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଆସନ୍ତା ଜୁଲାଇରୁ ସମୀକ୍ଷା ଓ ଯାଞ୍ଚ ପାଇଁ ଆଇପିଏସ୍ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିରୀକ୍ଷଣ ଶେଷର ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ବାଧ୍ୟତାମୂଳକ।
କାହାକୁ କେଉଁଠି ମିଳିଛି ଦାୟିତ୍ୱ?
• କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର- ବାଲେଶ୍ୱର ଓ ଭଦ୍ରକ
• ସ୍ପେଶାଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡା- କୋରାପୁଟ ଓ ରାୟଗଡ଼ା
• ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ- ଜଗତସିଂହପୁର ଜିଲ୍ଲା ନିରୀକ୍ଷଣ
• ରେଳବାଇ ଏଡିଜି ଅରୁଣ ବୋଥ୍ରା- ଅନୁଗୁଳ ଜିଲ୍ଲା ତଦାରଖ
• ଆଇନ ଓ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର- ସମ୍ବଲପୁର
• ଏଡିଜି ରାଜେଶ କୁମାର- ନୟାଗଡ଼
• ଏଡିଜି ପ୍ରତୀକ ମହାନ୍ତି- ଯାଜପୁର
• ଏଡିଜି ଯତୀନ୍ଦ୍ର କୋଏଲ- କଳାହାଣ୍ଡି
• ଏଡିଜି ଏସ୍. ସାଇନି- ବଲାଙ୍ଗୀର
• ଆଇଜି ଏସ୍.ପ୍ରବୀଣ କୁମାର- କନ୍ଧମାଳ
• ଆଇଜି ଦୀପକ କୁମାର- ମାଲକାନଗିରି
• ଅନୁପ ସାହୁ- ପୁରୀ
• ଅବିନାଶ କୁମାର- ମୟୂରଭଞ୍ଜ
• ସାର୍ଥକ ଷଡ଼ଙ୍ଗୀ- କେନ୍ଦ୍ରାପଡ଼ା
• ଆଇଜି ଗଜଭିୟେ ସତୀଶ କୁମାର ଈଶ୍ୱରଦାସ- ଢେଙ୍କାନାଳ