କାବୁଲ, ୧୦/୦୬: ଜୁନ୍ ୧୦ (ବୁଧବାର)ରେ ପାକିସ୍ତାନ ଆଫଗାନିସ୍ତାନର ସୀମାନ୍ତ ପ୍ରଦେଶଗୁଡ଼ିକରେ ଭୟଙ୍କର ଏୟାର ଷ୍ଟ୍ରାଇକ୍ କରିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଲଗାତାର ସୀମା ସଂଘର୍ଷରେ ପୁଣି ଏଭଳି ଘଟଣା ସାମନାକୁ ଆସିଛି।
ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର କୁନାର, ଖୋଷ୍ଟ ଓ ପାକ୍ତିକା ପ୍ରଦେଶରେ ବୋମାବର୍ଷଣ କରିଛି। ଆଫଗାନ ତାଲିବାନ ସରକାର କହିଛନ୍ତି ଯେ ଏହି ଆକ୍ରମଣରେ ଅତି କମ୍ରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରେ ୧୧ ଜଣ ପିଲା, ଜଣେ ମହିଳା ଓ ଜଣେ ବୃଦ୍ଧ ଅଛନ୍ତି।
ଆଫଗାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ପାକିସ୍ତାନ ସୀମା ଉଲ୍ଲଙ୍ଘନ କରି ନାଗରିକ ଘରଗୁଡ଼ିକୁ ଟାର୍ଗେଟ କରିଛି।
ପାକିସ୍ତାନ ଦାବି କରିଛି ଯେ, ଟିଟିପି (ତେହରିକ୍-ଇ-ତାଲିବାନ୍ ପାକିସ୍ତାନ) ଆତଙ୍କବାଦୀଙ୍କ ଶିବିର ଲକ୍ଷ୍ୟ କରି ଏହି ଏୟାର ଷ୍ଟ୍ରାଇକ୍ କରାଯାଇଛି।